ଢେଂକିକୋଟ(ତପନ ବେହେରା) ଘଟଗାଁ ବ୍ଲକ ଅଧୀନ ଢେଂକିକୋଟ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ରେ ୨୬ତମ ବାର୍ଷିକ କ୍ରୀଡା ସୋମବାର ରୁ ଆରମ୍ଭ ହୋଇ ମଙ୍ଗଳବାର ଅପରାହ୍ନ ରେ ଉଦଯାପନୀ ହୋଇ ଯାଇଛି, ପ୍ରଥମେ ଢେଂକିକୋଟ ସ୍ଥିତ ବାବା ବିଶ୍ୱନାଥ ଙ୍କ ମନ୍ଦିର ରେ ପୂଜା କରି ଜ୍ୟୋତି କୁ ଆଣିଥିଲେ ଘୋଷ ବାଦ୍ୟ ବଜେଇ ଛାତ୍ର ଓ କ୍ରୀଡା ଗୁରୁଜୀ, ଶିଶୁମନ୍ଦିରର ଖେଳ ପଡିଆ ରେ ଛାତ୍ର ଛାତ୍ରୀ,ଗୁରୁଜୀ ଗୁରୁମା, ଅତିଥି, ସେବକ ସେବିକା ଉପସ୍ଥିତ ରେ ପ୍ରଦୀପ ଜାଳି ଅତିଥି,  ବିଦ୍ୟାଳୟ ପରିଚାଳନା ସମିତି ର ସମ୍ପାଦକ ତଥା ଶିକ୍ଷାବିତ କୀର୍ତ୍ତନ ବିହାରୀ ମହାନ୍ତ ଉଦଘାଟନ କରିବା ପରେ, ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟ ଗୁରଜୀ ଗୁରୁମା, ସେବକ ସିବିକା ଙ୍କ ସହ ଯୋଗ ରେ ଦୁଇ ଦିନ ଧରି ବିଭିର୍ଣ୍ଣ ବର୍ଗ ର ଛାତ୍ର ଛାତ୍ରୀ ମାନେ ଖେଳ କୁଦ ପ୍ରତିଯୋଗିତା ରେ ଭାଗ ନେଇଥିଲେ, କନିଷ୍ଠ ଶିଶୁ ବର୍ଗ, ଵାଲବର୍ଗ, ଶିଶୁବର୍ଗ, କିଶୋର ବର୍ଗ, ରେ ଦୁଇଶହ ନବେ ଜଣ ଛାତ୍ର ଓ ଛାତ୍ରୀ ଭାଗ ନେଇ ଥିଲେ, ମଙ୍ଗଳବାର

ସନ୍ଧ୍ୟା ରେ ଉଦଯାପନୀ ଉତ୍ସବ ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ପ୍ରଧାନ ଆଚାର୍ଯ୍ୟ ଲୋକନାଥ ମହାନ୍ତ, ଙ୍କ ସଂଯୋଜନା ରେ ସଭାରେ,ବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ରାଜକିଶୋର ସାହୁ, କୋଷାଧକ୍ଷ୍ୟ ରାଧାକାନ୍ତ ବେହେରା,  ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟା, ସରସ୍ବତୀ ନାଏକ, ଖେଳକୁଦ ରେ ଭାଗ ନେଇ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ପାଇ ଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ ଓ ଉତ୍ସା ହିତ ପ୍ରଦାନ କରିଥିଲେ, ଖେଳକୁଦ ର ଉପକାରିତା ଉପରେ ଛାତ୍ର ଛାତ୍ରୀ ଅତିଥି ଙ୍କଠାରୁ ଜାଣି ପ୍ରେରଣା ପାଇ ଥିଲେ। ଗୁରୁଜୀ ଯଶୋବନ୍ତ ପ୍ରଧାନ ଅତିଥି ପରିଚୟ, ବୈଲୋଚନ ରାଉତ ଓ ସୁଜିତ ପଳେଇ ଧନ୍ୟବାଦ ଅର୍ପଣ, ସହ ଶିଶୁମନ୍ଦିର ର ବଟିକା ପ୍ରମୁଖ ଗୁରୁମା ରଂଜିତା ରାଣୀ କର, ମନ୍ତ୍ର, ଶାନ୍ତିପାଠ, ସୁଭାଶିଷ ଆଦି ପ୍ରଦାନକରିଥିଲେ, ନିରଞ୍ଜନ ମହାନ୍ତ ସହ ସମସ୍ତ ଗୁରୁଜୀ ଗୁରୁମା, ସେବକ, ସେବିକା କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

0 Comments