ଭୁବନେଶ୍ୱର:-ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ସତ୍ତ୍ବେ ବି ଜିଲ୍ଲା ପ୍ରଶାସନ ଗୁରୁତର ସହକାରେ ନେଉନାହିଁ l ଯେଉଁଥିପାଇଁ ସିଏମ ଗ୍ରୀଭାନ୍ସ ସେଲ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି l ଯାହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ କିଛି ଅଧିକାରୀଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି l ନଭେମ୍ବର ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିଛି l

ସିଏମସି କମିଶନର, କଟକ ଏସପି, କଟକ ସବ୍ କଲେକ୍ଟର, କଟକ ସିଡିଏମଓ, କଟକ ଡିଇଓ, ବାରଙ୍ଗ, ବଡ଼ମ୍ବା, ମାହାଙ୍ଗା, ନିଆଳି, ସାଲେପୁରର ତହସିଲଦାରଙ୍କ ସମେତ କଟକ ଡିସିପିଙ୍କ ଭଳି ବଡ଼ ବଡ଼ ବାବୁଙ୍କ ନାମ ଏହି ତାଲିକାରେ ରହିଛି । କଟକ ଜିଲ୍ଲାପାଳ ନିମ୍ନ ଲିଖିତ ଅଧିକାରୀ ମାନଙ୍କର ଦରମା ବନ୍ଦ ପାଇଁ ଟ୍ରେଜେରୀକୁ ଚିଠି ଲେଖିଛନ୍ତି । ଅଧିକାରୀ ମାନଙ୍କ ଭିତରେ ଅଛନ୍ତି ସିଏମସି କମିଶନର, କଟକ ଡିସିପି, କଟକ ଗ୍ରାମାଞ୍ଚଳ ଏସପି, କଟକ ଉପଜିଲ୍ଲାପାଳ, ଆଠଗଡ ଉପଜିଲ୍ଲାପାଳ, କଟକ ଆରଟିଓ, କଟକ ସିଡ଼ିଏମଓ, କଟକ ଡିଇଓ, ଅଵକାରୀ ଵିଭାଗ ସୁପରିଣ୍ଟେଡେଣ୍ଟ, ଟ୍ରାଫିକ ଆଇଆଇସି ।

_8df048, __Noto_Sans_Fallback_8df048; font-size: 17px;">ତେବେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ଶୁଣାଣି l 17 ମାସରେ 15 ଥର ଶୁଣାଣି କରି 93 ପ୍ରତିଶତ ଫଇସଲା କରିଛନ୍ତି ମୋହନ ସରକାର l ହେଲେ ଏହି ଜନଶୁଣାଣି ହାରକୁ ଶତ ପ୍ରତିଶତ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉଦବେଗ ପ୍ରକାଶ କରିଥିଲା ଗତମାସରେ l ଏହି ହାରକୁ କିଭଳି ଶତ ପ୍ରତିଶତ କରାଯାଇପାରିବ, ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ବ ଦେଇଥିଲେ l ସାଧାରଣ ପ୍ରଶାସନ ବିଭାଗ ସମସ୍ତ ବିଭାଗୀୟ ସଚିବ, ସମସ୍ତ ଜିଲ୍ଲପାଳ ଏବଂ ଡିଜି ପୋଲିସଙ୍କୁ ଚିଠି ଲେଖି ତାଗିଦ କରିଥିଲେ l ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ହେଉଛି ନାଗରିକ କୈନ୍ଦ୍ରିକ l ଏଥିପ୍ରତି ଲୋକଙ୍କ ବହୁ ଆଶା ଓ ଭରସା ରହିଛି l ଏହା ମାଧ୍ୟମରେ ସମାଜର ବହୁ ଲୋକ ବିଶେଷ ଭାବେ ଉପକୃତ ହୋଇପାରୁଛନ୍ତି ତେଣୁ ଏହାକୁ ଗୁରୁତର ସହିତ ନେଇ ଅଭିଯୋଗର ସମାଧାନ କରିବାକୁ କୁହାଯାଇଥିଲା l

ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ 2024 ଜୁଲାଇ ପହିଲାରେ ପ୍ରଥମ ଜନଅଭିଯୋଗ ସାକ୍ଷାତରେ ନେଇଥିଲେ l ଲୋକଙ୍କ ସିଧାସଳଖ ଅଭିଯୋଗ ଶୁଣି ଏହାର ସମାଧାନ କରୁଛନ୍ତି ମୋହନ ସରକାର l ଏହି ଅଭିଯୋଗ ଶୁଣାଣି କେବଳ ରାଜ୍ୟସ୍ତରୀୟରେ ସୀମିତ ନ ରହି ଜିଲ୍ଲାସ୍ତରୀୟରେ ଅଭିଯୋଗ ଶୁଣୁଛନ୍ତି ସରକାର l

0 Comments