ଭୁବନେଶ୍ୱର: ମଙ୍ଗଳବାର ବିଜେପି ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ନାମ ଘୋଷଣା କରିଛି । ସାତୋଟି ମୋର୍ଚ୍ଚା ଥିବାବେଳେ ଆଜି ଦୁଇଟି ମୋର୍ଚ୍ଚାର ସଭାପତି ରିପିଟ୍ ହୋଇଥିବା ବେଳେ ଆଉ ପାଞ୍ଚୋଟି ନୂଆ ମୁହଁ ଦେଖିବାକୁ ମିଳିଛି ।

ିଜେପି ଧିରେ ଧିରେ ନିଜ ସଙ୍ଗଠନ ସଜାଡିବାରେ ଲାଗିଛି l କ୍ଷମତାକୁ ଆସିବା ପରେ ଏବେ ସଂଗଠନ ସଜାଡ଼ିବାକୁ ବିଜେପି ଲାଗିପଡ଼ିଛି l କାରଣ ସରକାର ଏବଂ ସଂଗଠନ ଭିତରେ ସମନ୍ନୟ ହୋଇ କାମ କରାଯାଉଛି l ସରକାରକୁ 18 ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବୋର୍ଡ ଓ ନିଗମ ଖାଲି ପଡିଛି l କୁହାଯାଉଛି ଚଳିତ ବର୍ଷ ଶେଷ ଆଡକୁ ଘୋଷଣା ହୋଇପାରେ l କର୍ମୀ ଅନେଇ ବସିଛନ୍ତି କେବେ ଘୋଷଣା ହେବ l ଓବିସି ମୋର୍ଚା ସଭାପତି ସୁରଥ ବିଶାଳ ବାଦ୍ ପଡ଼ିଛନ୍ତି l ତାଙ୍କ ବଦଳରେ ନୂଆ ଚେହେରାଙ୍କ ନାମ ଘୋଷଣା ହୋଇଛି l

ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ନୂତନ ପଦାଧିକାରୀଙ୍କ ନାମ ଘୋଷଣା କରିଛି । ଘୋଷଣା ଅନୁସାରେ, ଅଭିଲାଷ ପଣ୍ଡାଙ୍କୁ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ସଭାପତି ଏବଂ ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ମହିଳା ମୋର୍ଚ୍ଚାର ସଭାପତି ଭାବରେ ନିଯୁକ୍ତ କରାଯାଇଛି ।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରିଛନ୍ତି, ଯେଉଁଥିରେ ୭ ଜଣ ମୋର୍ଚ୍ଚା ସଭାପତି, ୩ ଜଣ ବିଜେପି ସେଲ୍ ପ୍ରଭାରୀ, ୧ ଜଣ କାର୍ଯ୍ୟାଳୟ ସମ୍ପାଦକ, ୧ ଜଣ ଆଇଟି ପ୍ରଭାରୀ ଏବଂ ୩୭ ଜଣ ଜିଲ୍ଲା ପ୍ରଭାରୀ ଅନ୍ତର୍ଭୁକ୍ତ ।

ରାଜ୍ୟ ସାରା ବିଭିନ୍ନ ସାଂଗଠନିକ ୟୁନିଟ୍ ପାଇଁ ୩୭ ଜଣ ପ୍ରଭାରୀଙ୍କୁ ନିଯୁକ୍ତ କରାଯାଇଛି । ବିଜେପି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, କେଉଁଝର, ଖୋର୍ଦ୍ଧା, ରାଉରକେଲା, ରାୟଗଡ଼ା ଏବଂ ଅନ୍ୟାନ୍ୟ ଜିଲ୍ଲା ପାଇଁ ଜଣେ ବ୍ୟକ୍ତିଙ୍କୁ ପ୍ରଭାରୀ ନିଯୁକ୍ତ କରିଛି । ତାଲିକାରେ ଉପକୂଳ, ପଶ୍ଚିମ ଏବଂ ଦକ୍ଷିଣ ଓଡିଶା ଅନ୍ତର୍ଭୁକ୍ତ ଏବଂ ମୟୂରଭଞ୍ଜ (ପୂର୍ବ), ମୟୂରଭଞ୍ଜ (ପଶ୍ଚିମ), ଘୁମୁସର ଏବଂ କୋରାପୁଟ ଅଞ୍ଚଳ ପାଇଁ ପ୍ରତିନିଧି ଅନ୍ତର୍ଭୁକ୍ତ ।

0 Comments