font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 18px;">ଭୁବନେଶ୍ବର: ଲଗାତାର ତୃତୀୟ ଦିନ ମଧ୍ୟ ଉଡ଼ି ପାରୁନି ଇଣ୍ଡିଗୋ ବିମାନ । ଗୁରୁବାର ଇଣ୍ଡିଗୋ ଏକାଧିକ ଉଡ଼ାଣକୁ ବାତିଲ୍ କରିଛି । ସାରା ଦେଶରେ ଇଣ୍ଡିଗୋର ସେବା ପ୍ରଭାବିତ ହୋଇଥିବା ବେଳେ ଭୁବନେଶ୍ଵରରେ ବିମାନବନ୍ଦରରେ ଏହାର ଗୁରୁତର ଭାବରେ ବଡ ପ୍ରଭାବ ପଡ଼ିଛି । ଯାତ୍ରୀଙ୍କୁ କୌଣସି ସୂଚନା ନଦେଇ ବିମାନ ବାତିଲ କରାଯାଉଛି, ଏନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ବିସ୍କୁଟ ଓ ସ୍ନାକ୍ସ ଦେଇ ଇଣ୍ଡିଗୋ ଠକୁଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଗତକାଲି ଭୁବନେଶ୍ୱର ବିମାନବନ୍ଦରରେ ଇଣ୍ଡିଗୋ ଫ୍ଲାଇଟ ବିଳମ୍ବ ନେଇ ଉତ୍ତେଜନା ଦେଖାଯାଇଥିଲା । 700ରୁ ଅଧିକ ଯାତ୍ରୀଙ୍କ ଅସନ୍ତୋଷ ଦେଖିବାକୁ ମିଲିଥିଲା । ଗତକାଲି ରାତି 9 ରୁ 11 ଟା ମଧ୍ୟରେ ଇଣ୍ଡିଗୋ ବିମାନଟି ଭୁବନେଶ୍ୱରରୁ ବେଙ୍ଗାଲୁରୁ, ଦିଲ୍ଲୀ ଓ ମୁମ୍ବାଇ ଯାଇଥାନ୍ତା । ଯାତ୍ରୀ ମାନଙ୍କୁ ନଜଣାଇ କିମ୍ବା କୌଣସି ପ୍ରକାରର ସୂଚନା ନଦେଇ ଫ୍ଲାଇଟ କ୍ୟାନସେଲ ହୋଇଥିଲା । ଆଜି ସକାଳୁ ଆଉଥରେ ସିକ୍ୟୁରିଟି ଚେକିଇନ ସହ ବୋର୍ଡିଂ ପାସ୍ ଧରାଇ ଦେଲେ । ହେଲେ ଏବେ ସୁଦ୍ଧା ବିମାନ ନଉଡିବାରୁ ଏୟାରପୋର୍ଟରେ ହୋହଲ୍ଲା ପାଟିତୁଣ୍ଡ ଦେଖିବାକୁ ମିଳିଛି ।

0 Comments