lback_8df048; font-size: 18px;">ଭୁବନେଶ୍ୱର:
ସତ୍ୟବିହାର ସ୍ଥିତ ଏକ ବାର୍ରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଘଣ୍ଟାଏ ପରିଶ୍ରମ ପରେ ନିଆଁ ଲିଭାଇଥିଲା । 4ଟି ଅଗ୍ନିଶମ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ରୁଫ୍ ଟପ୍ ବାରରେ ଅଗ୍ନିକାଣ୍ଡ ଲାଗିଥିବା ବେଳେ ସମ୍ପୂର୍ଣ୍ଣ ପରିବେଶ ଧୂଆଁମୟ ହୋଇଯାଇଥିଲା । 3ୟ ମହଲାରେ ନିଆଁ ଲାଗିଥିବା ବେଳେ ଅନ୍ୟ ମହଲାକୁ ନିଆଁ ବ୍ୟାପିବା ପୂର୍ବରୁ ନୂଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ ।
ଚାହୁଁ ଚାହୁଁ ବାରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଘଣ୍ଟାଏ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲା ଅଗ୍ନିଶମ ବିଭାଗ । ତେବେ ନିକଟରେ ଗୋଆରେ ଏକ ନାଇଟ କ୍ଲବରେ ଅଗ୍ନିକାଣ୍ଡ ଘଟି 25 ଜଣ ଲୋକଙ୍କ ଜୀବନ ଯାଇଥିଲା । ଏହି ଘଟଣା ପରେ ଭୁବନେଶ୍ୱର ସ୍ଥିତ ସମସ୍ତ ବାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନର ଅଗ୍ନି ନିର୍ବାପନ ବ୍ୟବସ୍ଥା ଯାଞ୍ଚ ପାଇଁ ଦାବି ହୋଇଆସୁଛି ।
ସୂଚନା ଅନୁଯାୟୀ, ପୂର୍ବରୁ ଏକ ହତ୍ୟା ମାମଲାରେ ଏହି ବାରକୁ ବନ୍ଦ କରାଯାଇଥିଲା । ତେବେ ଏହାକୁ ନେଇ ସ୍ଥାନୀୟ ପୋଲିସ ବାର ବନ୍ଦ କରିଦେଇଥିଲେ । ତେବେ ପୁଣି ଏହି ବାର ଖୋଲିଥିବା କହିଛନ୍ତି ସ୍ଥାନୀୟ ଲୋକ ।