ଭୁବନେଶ୍ବର: ଗ୍ରାମାଞ୍ଚଳରେ ବିନା ଗ୍ରାମସଭାରେ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହେବା କଥା ନୁହେଁ ହେଲେ ବିଜେଡି ଭଳି ବିଜେପି ସରକାରରେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ପୂର୍ବ ସରକାର ଯାହା କରୁଥିଲେ ଏ ସରକାର ମଧ୍ୟ ସମାନ କାମ କରୁଛି । ଗୋଦରୀ ଲୋ ତୋ ଗୋଡ଼କୁ ଅନା ....ଏ ହେଉଛି କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଉକ୍ତି। ଗ୍ରାମାଞ୍ଚଳରେ ଗାମସଭାର ଗୁରୁତ୍ବକୁ ନେଇ ଏଭଳି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି।

କଂଗ୍ରେସ ତାଳରେ ତାଳ ମିଶାଇଛି ବିଜେଡି । ବିଜେଡି ସରକାର ସମୟରେ ପଲ୍ଲୀ ସଭା ବନ୍ଦ ହୋଇଛି ବୋଲି କହିଛନ୍ତି ବରିଷ୍ଠ ବିଧାୟକ ଅରୁଣ ସାହୁ । ବିଜେଡି ସରକାର ସମୟରେ ପ୍ରକଳ୍ପ ପାଇଁ ଲୋକଙ୍କ ଠାରୁ ପ୍ରସ୍ତାବ

ଆସି ଗ୍ରାମ ସଭାରେ ପାରିତ ହୋଇ ଜିଲ୍ଲା ପରିଷଦରେ ପାରିତ ହେଉଥିଲା । ନୂଆ ସରକାର କ୍ଲଜ ରଖିଲେ ଯେ ଜିଲ୍ଲାପାଳ ପ୍ରକଳ୍ପ ନୂଆ କରି ପାରିବେ କିମ୍ବା କାଟି ପାରିବେ ।

ବିକଶିତ ଗାଁ, ବିକଶିତ ଓଡ଼ିଶା ଗାଇଡ ଲାଇନ ପରିବର୍ତ୍ତନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ କହିଛନ୍ତି, ‘‘ପଞ୍ଚାୟତିରାଜ ବ୍ୟବସ୍ଥାରେ ବର୍ତ୍ତମାନ ସୁଦ୍ଧା ସେମିତି କୌଣସି ଅସୁବିଧା ନାହିଁ । ୨୦୦୨ ମସିହାରେ ଓପିଡବ୍ଲୁ କୋଡକୁ ଆଧାର କରି ସବୁ କାମ ହେଉଛି। କୋଡ ଅନୁସାରେ ଗ୍ରାମ ସଭାରେ ପାରିତ ହେବ, ପଞ୍ଚାୟତ ସମିତି ଅନୁମୋଦନ କରିବ, ଜିଲ୍ଲାପାଳ ଅନୁମୋଦନ ପରେ କାମ ହେଉଛି । ଗାଁର କାମ ହେବ ଗାଁ ଲୋକ କରିବେ । ଗାଇଡ଼ଲାଇନରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ବିଧାୟକ, ସାଂସଦଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ବିଧାନସଭାରେ ଏନେଇ ବିସ୍ତୃତ ଭାବେ ଉଲ୍ଲେଖ କରିଥିଲି । 

0 Comments