ଭୁବନେଶ୍ବର: ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡିର ନବକଳେବର ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାରମ୍ଭିକ ଭାବେ ଆଜି 18 ସାଂଗଠନିକ ଜିଲ୍ଲାର ସଭାପତି ପାଇଛି ବିଜୁ ଜନତା ଦଳ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଦଳର ନିର୍ବାଚନ ଅଧିକାରୀ 

x;">ପ୍ରତାପ କେଶରୀ ଦେବ ।

ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ କହିଛନ୍ତି, "ବିଜେଡି ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ସଂଗଠନ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି । ତିନି ଦିନ ଧରି ଚତୁର୍ଥ ପର୍ଯ୍ୟାୟର ନିର୍ବାଚନ ପ୍ରକ୍ରିୟା ଚାଲିଥିଲା । 13, 14 ଓ 15 ତାରିଖରେ ଏହି କାର୍ଯ୍ୟ ଚାଲିଥିଲା । ସନ୍ଧ୍ୟା 5 ସୁଦ୍ଧା 18 ଜିଲ୍ଲା ସଭାପତି ନିର୍ବାଚିତ ପ୍ରକ୍ରିୟା ଶେଷ ହୋଇଛି । 18 ଜିଲ୍ଲାରେ ଏକକ ନାମାଙ୍କନ ରହିଥିଲା ।

ବିଜେଡିର 33ଟି ସାଙ୍ଗଠନିକ ଜିଲ୍ଲା ରହିଛି । ସେଥିରୁ 18 ଜିଲ୍ଲା ସଭାପତିଙ୍କ ଲାଗି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । 18 ଜିଲ୍ଲାରେ ଏକକ ନାମାଙ୍କନ ରହିଥିଲା । ଘୋଷଣା ହୋଇଥିବା ଅନୁଗୋଳ, ଦେବଗଡ଼, ନୟାଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼ ଜିଲ୍ଲା ସଭାପତି ବିଧାୟକ ମାନେ ରହିଛନ୍ତି । ଅନ୍ୟ ଜିଲ୍ଲା ସଭାପତି ଭାବେ ପୂର୍ବତନ ମନ୍ତ୍ରୀ, ବିଧାୟକ ଓ ସଂଗଠନର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ମିଳିଛି । ଏକାଧିକ ଜିଲ୍ଲାରେ ସଭାପତି ରିପିଟ ମଧ୍ୟ ହୋଇଛନ୍ତି ।

ଆସନ୍ତାକାଲି(ଏପ୍ରିଲ 16) ଠାରୁ ରାଜ୍ୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ଏହି ବିଧିବଦ୍ଧ କମିଟି ଗଠନ ହୋଇଗଲେ ରାଜ୍ୟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯିବୁ । ଏହା ପରେ ରାଜ୍ୟ ସଭାପତି ନିର୍ବାଚନ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଆସନ୍ତାକାଲି ରାଜ୍ୟ ସଭାପତିଙ୍କ ନାମାଙ୍କନ ଓ ନିର୍ବାଚନ ପ୍ରକ୍ରିୟା ବାବଦରେ ଘୋଷଣା ହେବ ।

0 Comments