ଭୁବନେଶ୍ବର: ମା’ କୋଳରୁ ଦେଢ଼ ବର୍ଷର ଛୁଆ ଚୋରି ଘଟଣାରେ ଭୁବନେଶ୍ୱରରୁ ଅପହରଣ ଛୁଆ ବାଲେଶ୍ବରରୁ ଉଦ୍ଧାର ହୋଇଛି । ଛୁଆର ଲମ୍ବା ଚୁଟି କାଟି ଛୋଟ କରିଦେଇଥିବା ବେଳେ ଝିଅ ଡ୍ରେସ ପିନ୍ଧାଇ କେହି ନ ଚିହ୍ନିବା ଭଳି ଲୁଚାଇ ରଖିଥିବା ଅବସ୍ଥାରେ ବାଲେଶ୍ବରରୁ ଜଣେ ମହିଳାଙ୍କ ଠୁ ଛୁଆକୁ ଉଦ୍ଧାର କରିଛି ପୋଲିସ।ଜଣେ ମହିଳାଙ୍କ ସମେତ ଘଟଣାର ଜଣେ ପୁରୁଷ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି କମିଶନରେଟ୍ ପୋଲିସ। ଦୁଇ ଜଣଙ୍କୁ ଗିରଫ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

ପୋଲିସ କମିସନର ଏସ ଦେବଦତ୍ତ କହିଛନ୍ତି ଯେ ‘‘ଏହି ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ହେଲେ କେଦାର ସନ ପଣ୍ଡା ଯାହାର ଘର ଯାଜପୁର ଟାଉନ ଗଙ୍ଗାଧରପୁର ଅଞ୍ଚଳରେ । ଘଟଣାର ମାଷ୍ଟର ମାଇଣ୍ଡ ଯେ କି ଭୁବନେଶ୍ୱର ରାମ ମନ୍ଦିର ସାମ୍ନାରୁ ତା ମା କୋଳରୁ ଛୁଆକୁ ଅପହରଣ କରି ଚୋରାଇ ନେଇଥିଲା‌। ଛୁଆକୁ ଚୋରି ପରେ ସିଧା ଭୁବନେଶ୍ୱର ଷ୍ଟେସନ ଯାଇ ସେଠାରେ ଟ୍ରେନ ଯୋଗେ ବାଲେଶ୍ବରରେ ପହଞ୍ଚିଥିଲା। ପରେ ସେଠାରୁ ଷ୍ଟେସନରୁ ଓହ୍ଲାଇ ଦ୍ବିତୀୟ ଅଭିଯୂକ୍ତ ମହିଳା ସହ ଷ୍ଟେସନରୁ ବାହାରି ଏକ ଅଟୋ ଜରିଆରେ ଦୁହେଁ ତାକୁ ବାଲେଶ୍ବରରୁ ସୋର ଅଞ୍ଚଳକୁ ନେଇଥିଲେ। ପରେ ବାଟରେ ଓହ୍ଲାଇ ଏକ ସ୍ଥାନରେ ଦୁଇ ଜଣ ବାଇକ ଚାଳକଙ୍କୁ ଲିଫ୍ଟ ମାଗି ଛୁଆ ଦେହ ଖରାପ ଅଛି କହି ବାଲେଶ୍ବର ଝୋଳଝୋଳିଆ ଗୋପାଳପୁର ଅଞ୍ଚଳକୁ ନେଇଥିଲେ। ସେଠାରେ ମହିଳା ଜଣଙ୍କ ଛୁଆକୁ ରଖିଥିବା ବେଳେ ତାଠୁ ଉଦ୍ଧାର କରାଯାଇଛି ’’।

ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ତାର ଦୁଇଟି ଝିଅ ଓ ଗୋଟିଏ ପୁଅ ଥିବା ପୋଲିସ ଜାଣିବାକୁ ପାଇଛି। ମହିଳାଙ୍କ ସ୍ବାମୀ ବାଙ୍ଗାଲୋରରେ କାମ କରୁଥିବା ବେଳେ ମହିଳା ଜଣଙ୍କ ଏକ ଯାତ୍ରା ପାର୍ଟିରେ କାମ କରୁଥିବା ପୋଲିସ ଜାଣିବାକୁ ପାଇଛି । ତାଙ୍କ ଘରେ ଛୁଆକୁ ରଖି ତା'ର ଚୁଟିକୁ କାଟି ଛୋଟ ଛୋଟ କରି ଦେଇଥିଲେ । ପରେ ତାକୁ କେହି ଚିହ୍ନି ଦେବା ଭୟ କରି ସେ ଛୁଆଟିକୁ ଝିଅ ପିଲା ଡ୍ରେସ ପିନ୍ଧଇ ରଖିଥିଲା। ପରେ ଛୋଟ ଛୁଆକ

ପୋଲିସ ସିସିଟିଭି ଓ ତଦନ୍ତ କରି ସେଠାରୁ ଉଦ୍ଧାର କରିଥିଲା ।

ଏନେଇ ଛୋଟ ଛୁଆଟିର ମା ଅର୍ଥାତ୍ ଯିଏ ଅଭିଯୋଗକାରିଣୀ ଏବେ ଛୋଟ ଛୁଆ ମିଳିବା ପରେ ଜାଣିବା ପରେ ନିଜ ଛୁଆକୁ ଚାଇଲ୍ଡ ଲାଇନ ସଦସ୍ୟଙ୍କ ଉପସ୍ଥିତିରେ ଛୁଆକୁ କୋଳକୁ ନେଇଥିଲେ। ଅତି ଭାବପ୍ରବଣ ହୋଇ ଛୁଆକୁ ଧରିବା ପରେ ଦିବ୍ୟାଙ୍ଗ ମା ଛୁଆଟିକୁ ହାତରେ ଆଉଁସି ଦେଇ ଛୁଆର ଅନୁପସ୍ଥିତିକୁ ଅନୁଭବ କରିପାରିଥିଲେ। ସେ କହିଛନ୍ତି ‘‘ମୋ ଛୁଆ ମୋତେ ଦେଖୁ ଦେଖୁ କାନ୍ଦି ପକାଇଥିଲା। ମୋ ପୁଅକୁ ଛୁଇଁଲା ପରେ ମୋ ପୁଅ ଯେମିତି ଅଛି ସେମିତି ଅଛି ।

ଛୁଆ ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତ କେଦାରସେନ ପଣ୍ଡା ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ବାଲେଶ୍ବରରୁ ସିଧା ଟ୍ରେନ ଯୋଗେ ପୁରୀ ପହଞ୍ଚିଥିବା କମିଶନରେଟ ପୋଲିସ କହିଛି । ସେଠାରେ ଷ୍ଟେସନରୁ ଓହ୍ଲାଇ ସେ ସିଧା ଶ୍ରୀମନ୍ଦିରରେ ଗତକାଲି ପହଞ୍ଚିଥିଲା । ସେଠାରେ ପୋଲିସ ତାର ସିସିଟିଭି ଫୁଟେଜକୁ ଆଧାର କରି ଶ୍ରୀମନ୍ଦିର ପାଖରେ ପହଞ୍ଚିଥିଲା। ତେବେ ଧରାପଡିଥିବା ମୁଖ୍ୟ ଅଭିଯୁକ୍ତ ପୁରି ଶ୍ରୀମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରି ନିଜେ କରିଥିବା ଭୁଲ ପାଇଁ ଅର୍ଥାତ୍ ଗୋଟେ ଦେଢ଼ ବର୍ଷର ଛୋଟ ଛୁଆକୁ ରାମ ମନ୍ଦିର ସାମ୍ନାରୁ ଯେଭଳି ମା କୋଳରୁ ଚୋରି କରିନେଇଥିଲା ସେହି ପାପର ପ୍ରାୟଶ୍ଚିତ ପାଇଁ ଶ୍ରୀମନ୍ଦିର ଯାଇଛି । ସେହି ଠାରେ ପୁର୍ବରୁ ଛକି ରହିଥିବା ପୋଲିସ ତାକୁ ଗିରଫ କରିଥିଲେ। ଶ୍ରୀମନ୍ଦିର ସାମ୍ନାରୁ ପୋଲିସ ତାକୁ ଆଣି ଭୁବନେଶ୍ୱରରେ ପହଁଚିବା ପରେ ପୋଲିସ ଆଗରେ ସତ ମାନିଛି ଅଭିଯୁକ୍ତ ।

ଏନେଇ ପୋଲିସ କମିସନର କହିଛନ୍ତି ‘‘ଏହା ପଛରେ ତ ଅନେକ ସନ୍ଦେହ ରହିଛି । ଯେହେତୁ ମୁଖ୍ୟ ଅଭିଯୁକ୍ତ ନାଁରେ ଯାଜପୁରରେ ଦୁଇଟି ମାମଲା ରହିଛି । ପାହାଳ ଥାନାରେ ମଧ୍ୟ ଗୋଟିଏ ବାଇକ ଚୋରି ସମ୍ପର୍କିତ ମାମଲା ରହିଛି । ତେଣୁ ଅନେକ ସନ୍ଦେହ ରହିଛି ସେ ଦିଗରେ ବାକି ତଦନ୍ତ ହେବ ପଚରା ଉଚରା ପରେ ଅନ୍ୟ କାରଣ ସ୍ପଷ୍ଟ ହେବ’’।

0 Comments