pan>
ବିଚାରପତି ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗୱାଇ ଭାରତର ୫୨ତମ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି। ୧୪ ମେ'ରେ ସେ ଶପଥ ନେବାକୁ ଯାଉଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ। ଭାରତର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ବୁଧବାର ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ବି.ଆର୍. ଗଭାଇଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ସୁପାରିଶ କରିଛନ୍ତି।
ଜଷ୍ଟିସ୍ ବି.ଆର୍. ଗୱାଇ ବର୍ତ୍ତମାନ ସୁପ୍ରିମକୋର୍ଟର ବିଚାରପତି ଭାବେ ଦାୟିତ୍ବ ତୁଲାଉଛନ୍ତି। ତାଙ୍କ ଜନ୍ମ ୨୪ ନଭେମ୍ବର ୧୯୬୦ରେ ଅମରାବତୀରେ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ରେ ବାର୍ରେ ଯୋଗ ଦେଇଥିଲେ। ସିଜେଆଇ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ନଭେମ୍ବର ୨୦୨୪ରେ ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୨୦୨୪ ନଭେମ୍ବରରେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସିଜେଆଇ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଅବସର ପରେ ନଭେମ୍ବର 2024ରେ 51ତମ CJI ଭାବେ ଶପଥ ଗ୍ରହଣ କରିଥିବା ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ମେ 13 ତାରିଖରେ ଶେଷ ହେବ। ତାଙ୍କ ସୁପାରିଶ ବରିଷ୍ଠତା ଭିତ୍ତିରେ ପ୍ରତିଷ୍ଠିତ ପରମ୍ପରାକୁ ଅନୁସରଣ କରେ, ଯେଉଁଥିରେ ବିଦାୟୀ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତିଙ୍କୁ ସେମାନଙ୍କର ଉତ୍ତରାଧିକାରୀ ଭାବେ ନାମିତ କରନ୍ତି।