ବ୍ୟୁରୋ: ସାରା ଭାରତରେ ଅଚାନକ ୟୁ
ନିଫାଏଡ ପେମେଣ୍ଟ ଇଣ୍ଟରଫେସ୍ (UPI) ସର୍ଭର ଅଚଳ ହୋଇପଡ଼ିଛି । ଫଳରେ ଅନେକ ୟୁପିଆଇ ୟୁଜର ଟଙ୍କା ନେଣଦେଣରେ ସମସ୍ୟା ଭୋଗୁଛନ୍ତି । ଡାଉନଡିଟେକ୍ସରର ରିପୋର୍ଟ ଦେଖିଲେ ମଧ୍ୟାହ୍ନ 12ଟା ସୁଦ୍ଧା ପ୍ରାୟ 1168ଜଣ ୟୁପିଆଇ ୟୁଜର ସମସ୍ୟା ଭୋଗୁଥିବା ଅଭିଯୋଗ କରିଛନ୍ତି । ପ୍ରମୁଖ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମ ଯେପରିକି ଗୁଗଲ୍ ପେ, ପେଟିଏମ ଓ ଫୋନ ପେ' ଆପ୍ରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଛି ।
QR କୋଡ୍ ସ୍କାନିଂ କିମ୍ବା UPI-ଲିଙ୍କ୍ ହୋଇଥିବା ଫୋନ୍ ନମ୍ବର କିମ୍ବା UPI IDକୁ ସିଧାସଳଖ ପଠାଇବା ପାଇଁ ଉପଭୋକ୍ତାମାନେ ଏକ ତ୍ରୁଟି ଦେଖୁଛନ୍ତି । ଏହି ତ୍ରୁଟି UPI ଆପ୍ ଏବଂ ବ୍ୟାଙ୍କ ଆକାଉଣ୍ଟରେ ଦେଖିବାକୁ ମିଳୁଥିବାରୁ UPI ସର୍ଭରରେ ସମସ୍ୟା ଥିବା ଅନୁମାନ କରାଯାଉଛି ।
ଡାଉନଡେଟେକ୍ଟର ଅନୁଯାୟୀ, UPI ସର୍ଭରଗୁଡ଼ିକରେ ସମସ୍ୟା ପ୍ରାୟ 11:30ରୁ ଆରମ୍ଭ ହୋଇଥିଲା । ପ୍ଲାଟଫର୍ମ ଅନୁଯାୟୀ ଏହି ସମସ୍ୟା ସାରା ଦେଶରେ ଥିବା ୟୁପିଆଇ ବ୍ୟବହାରକାରୀଙ୍କ ନିକଟରେ ଦେଖିବାକୁ ମିଳିଛି । 76% ୟୁଜର ପେମେଣ୍ଟରେ ସମସ୍ୟା ଭୋଗୁଥିବାବେଳେ 23% ଟଙ୍କା ନେଣଦେଣରେ ତ୍ରୁଟି ଦେଖୁଛନ୍ତି । ଧିରେ ଧିରେ ୟୁଜରଙ୍କ ଅଭିଯୋଗ ବୃଦ୍ଧି ପାଇବାରେ ଲାଗିଛି ।
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଏକ୍ସ ସାଇଟ୍ରେ ସାରା ଦେଶରେ UPI ସର୍ଭର ଡାଉନ ଯୋଗୁଁ ସେବା ପ୍ରଭାବିତ ହୋଇଥିବା ନେଇ ସ୍ପଷ୍ଟ କରିଛି । ଏହି ସମସ୍ୟାର ସମାଧାନ ଲାଗି ଏନପିସିଆଇ କାମ କରୁଛି ବୋଲି ମଧ୍ୟ କହିଛି ।