କେନ୍ଦୁଝର- ନ୍ୟାସନାଲ ହେରାଲ୍ଡ ସ୍କାମ ରେ ୬ ହଜାର କୋଟିର ଅର୍ଥ ଲୁଟ ରେ ସିଧା ସଳଖ ସଂପୃକ୍ତ ଥିବା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଙ୍କ ବିରୁଦ୍ଧରେ ଆଜି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସବୀର ଦାଶ ଙ୍କ ନେତୃତ୍ୱରେ ଶତାଧିକ ଯୁବ କାର୍ଯ୍ୟକର୍ତ୍ତା କେନ୍ଦୁଝର ସହର ସ୍ଥିତ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ସହରର ସହିଦ୍ ସଦନ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ରେ ଶତାଧିକ କର୍ମୀ ବାହାରି ଲାବଣ୍ୟ ଛକ ନିକଟସ୍ତ କଂଗ୍ରେସ ଭବନ ସମ୍ମୁଖରେ ବିକ୍ଷୋଭ କରିଛି । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର କେନ୍ଦୁଝର ଜିଲ୍ଲ
ାର ସାଧାରଣ ସମ୍ପାଦକ ତଥା ଯୁବମୋର୍ଚ୍ଚା ପ୍ରଭାରୀ ଅନୁବ୍ରତ ବେହେରା, ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ପ୍ରକାଶ ମଲ୍ଲିକ, ଜିଲ୍ଲା ଯୁବମୋର୍ଚାର ସାଧାରଣ ସମ୍ପାଦକ ପ୍ରେମ ପ୍ରକାଶ ମୁଣ୍ଡା ଏବଂ ରୁଦ୍ର ପ୍ରସାଦ ବେହେରା, ଯୁବନେତା ଜିଲ୍ଲା ଉପ ସଭାପତି ଆନିଦ୍ୟ ବେହେରା, ଅଶ୍ୱିନୀ ମହାନ୍ତ, ସମ୍ପାଦକ ବିଷ୍ଣୁ ତ୍ରୀପାଠୀ, ସଚ୍ଚିଦାନନ୍ଦ ବେହେରା, ରୁପେଶ ଚନ୍ଦ୍ର ରଣା, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଲକ୍ଷ୍ମଣ ରାଉତ, ଅସିତ୍ ନନ୍ଦନ ମହାନ୍ତି, ନଗର ସଭାପତି ପଙ୍କଜ ଦିବେଦୀ,ଜଗମୋହନ କର, ସୁରଜ୍ ବାରିକ୍ , ଜିଲ୍ଲା ଉପ ସଭାପତି ଗୋପୀନାଥ ରାମ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କିରଣବାଳା ନାୟକ, ଶିବ କୁମାର ରାଠୋର ସମେତ ସମସ୍ତ ମଣ୍ଡଳର ସଭାପତି ଏବଂ ଜିଲ୍ଲା ଯୁବ ନେତୃତ୍ଵ ମାନେ ସାମିଲ ହୋଇଥିଲେ।