ପାଟଣା( ବିଜୟ ମହାନ୍ତ): ଶନିବାର ପୂର୍ବାହ୍ନରେ ପାଟଣା ଗ୍ରାମ ରେ ମାଟି ମାଆଙ୍କର ପୂଜନ କାର୍ଯ୍ୟକ୍ରମ ବୈଭବର ସହିତ ଉଦଯାପିତ ହୋଇଛି। 

ଏହି ଅବସରରେ ମାଟି ମାଆଙ୍କୁ ପୂଜା ଓ ବନ୍ଦନା କରାଯାଇଥିଲା। ପୂଜା ପରେ ଏକ ସଭା ଆୟୋଜିତ ହୋଇ ଗ୍ରାମ ବିକାଶ ଉଦ୍ୟମ, ସ୍ୱଚ୍ଛତା ଅଭିଯାନ, ଏବଂ ସାମୁଦାୟିକ ଏକତା ବିଷୟରେ ଆଲୋଚନା କରାଯାଇଥିଲା। 

କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ଗ୍ରାମ ବିକାଶ  କେଶବ ଚନ୍ଦ୍ର ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ, "ମାଟି ମାଆ ପୂଜା ହେଉଛି ଆମ ମାଟି ଓ ସଂ

ସ୍କୃତି ବିଷୟରେ ଆଲୋଚନା କରିଥିଲେ। ମାଟି ମା ପୂଜନ  ଗ୍ରାମ ଉନ୍ନତି ପାଇଁ ଏକ ନୂତନ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମ ବିକାଶ ମଣ୍ଡଳ ସଂଯୋଜକ ପ୍ରଫୁଲ୍ଲ ମହାନ୍ତ ପରିଚାଳନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ କିଷାନ ସଂଘ ଉପସଭାପତି ପ୍ରଦୀପ କୁମାର ମହାନ୍ତଙ୍କ ସହ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଦସ୍ୟମାନେ, ସ୍ଥାନୀୟ ଗ୍ରାମବାସୀ ଓ ଗ୍ରାମ ବିକାଶ ସମିତି ଅଂଶଗ୍ରହଣ କରିଥିଲେ । ସମ୍ପୂର୍ଣ୍ଣ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଉତ୍ସାହ ପରିଲକ୍ଷିତ ହୋଇଥିଲା।

0 Comments