ପାଟଣା( ବିଜୟ ମହାନ୍ତ), କେନ୍ଦ୍ର ସରକାରଙ୍କର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (PMJAY) ଓ ଓଡ଼ିଶା ସରକାରଙ୍କ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ର ଆବାସୀ ଶୁଭାରମ୍ଭ ପାଟଣା ବ୍ଲକର ୫ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଉଦଘାଟିତ ହେଲା। ଏହି ଅବସରରେ ଅନେକ ଗରିବ ଓ ଅପେକ୍ଷିତ ପରିବାରଙ୍କୁ ଆରୋଗ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ସେହିପରି କେନ୍ଦେଇପଶି ପ୍ରାଥମିକ ସ୍ୱାସ୍ତ୍ୟ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ପାଟଣା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନସ ରଞ୍ଜନ ଦଣ୍ଡପାଟ,ଡାକ୍ତର କ୍ରିଶ ସାହୁ, ଆୟୁଷ ଡାକ୍ତର ପ୍ରଜ୍ଞା ପରମିତା ମହାନ୍ତ,ପାଟଣା ବିଧାୟକ ପ୍ରତିନିଧି କମଳା କାନ୍ତ ଦାସ ,ଜିଲ୍ଲା ମହିଳା ନେତ୍ରୀ ସମ୍ବାରୀ ମୁଣ୍ଡା,ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ପଞ୍ଚାୟତ ପ୍ରତିନିଧ
ି ,ଓ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ। ଆରୋଗ୍ୟ କାର୍ଡ ବଣ୍ଟନ ସହିତ ଲୋକଙ୍କୁ ଏହି ଯୋଜନା ତଳେ ମିଳୁଥିବା ସୁବିଧା ବିଷୟରେ ସୂଚନା ଦିଆଯାଇଥିଲା।
PMJAY ତଳେ ବାର୍ଷିକ ରୁ. 5 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମିଳିବ, ଯେଉଁଥିରେ ବେସରକାରୀ ଓ ସରକାରୀ ହସ୍ପିଟାଲ ଦୁହିଁଠି ଚିକିତ୍ସା ଲାଗି ଉପଯୋଗ କରିପାରିବେ। ଗୋପବନ୍ଧୁ ଯୋଜନା ଓଡ଼ିଶା ସରକାରଙ୍କ ନିଜସ୍ୱ ପଦକ୍ଷେପ ଯାହା ଅଧିକ ଲୋକଙ୍କୁ ଆବୃତ କରିବାକୁ ଲକ୍ଷ୍ୟ ରଖିଛି।
ପାଟଣା ବ୍ଲକର ୫ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହୋଇଥିବା ଏହି ଯୋଜନା ଲୋକମାନେ ମାନ୍ୟ ଚିକିତ୍ସା ସେବା ପାଇ ପାରିବେ। ଏହି କାର୍ଯ୍ୟକ୍ରମ ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହିତ ଗରିବ ଲୋକଙ୍କ ପାଇଁ ଏକ ବଡ଼ ଭାଗ୍ୟ ନେଇଆସିଛି।