ବିଜୟ ମହାନ୍ତ (ନି.ପ୍ର)- ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଂଚଳ ରେ ଫସଲ ବିବିଧିକରଣ ଯୋଜନା ରେ ଉତ୍ପାଦିତ କୃଷିଜାତ ଦ୍ରବ୍ୟ ଗୁଡିକର ମୂଲ୍ୟ ନିର୍ଧାରଣ ନିମନ୍ତେ କ୍ରେତା ଓ ବିକ୍ରେତା ମାନଙ୍କ ମଧ୍ୟରେ ଆଲୋଚନା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି, ଏହି ସଭା ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପର୍ଶୁରାମ ବେହେରା, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ସୁଧୀର ରଞ୍ଜନ ବେହେରା (ଘଟଗାଁ ), ଶ୍ରୀ ସତ୍ୟବାନ ସୋରେନ(ଚମ୍ପୁଆ ), ଶ୍ରୀ ବିଶ୍ଵଜୟୀ ମିଶ୍ର (କେନ୍ଦୁଝର ), ଡ଼କ୍ଟର ରବୀନ୍ଦ୍ର କୁମାର ପାଇକରାୟ (ଷ୍ଟେଟ ମ୍ୟାନେଜର ), ଶ୍ରୀ ସଚ୍ଚିଦାନନ୍ଦ ପଣ୍ଡା (ଟେକ୍ନିକାଲ ରିସର୍ଚ୍ଚ ପର୍

ଶନ), ଡ଼କ୍ଟର କିଶୋର ଚନ୍ଦ୍ର ସାହୂ (ଏ.ଡ଼ି.ଆର, ଆର.ଆର.ଟି. ଟି.ଏସ)ଡ଼କ୍ଟର ସୁଶାନ୍ତ କୁମାର ସ୍ୱାଇଁ (କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦୁଝର ) ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସଫଳ ଚାଷୀ ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ପୁରସ୍କୃତ କରିଥିଲେ. ସ୍କିମ ଅଫିସର ଶ୍ରୀମତୀ ନନ୍ଦିତା ଜେନା ଙ୍କ ଉପସ୍ଥିତି ରେ ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା (ଜିଲ୍ଲା ସଂଯୋଜକ, କେନ୍ଦୁଝର ), ଜଗନ୍ନାଥ ତ୍ରିପାଠୀ,ରାଜେଶ କୁମାର ସାହୁ ଓ ପ୍ରକାଶ କୁମାର ସଏ କାର୍ଯ୍ୟକ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ. ପରିଶେଷରେ ଶ୍ରୀ ବିଭୁଦତ୍ତ ପାଇକରାୟ (ରାଜ୍ୟ ସଂଯୋଜକ ଏ.ଏଫ.ସି) ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

0 Comments