କେନ୍ଦୁଝର -ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନସ୍ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହର ସହଯୋଗୀ ମହେନ୍ଦ୍ର ହେମ୍ରମଙ୍କୁ ମିଳିଛି ମୁକ୍ତି। ଦୀର୍ଘ ପଚିଶ ବର୍ଷ କାରାଦଣ୍ଡ ସମୟରେ ଆଚରଣ ଉତ୍ତମ ଥିବାରୁ ମୁକ୍ତି ପାଇଁ ସରକାର ସୁପାରିସ କରିଥିଲେ।  ଜିଲ୍ଲା ଦୌରାଜଜ୍ ଖୋର୍ଦ୍ଧାଙ୍କ ନିର୍ଦେଶ କ୍ରମେ ସେ ଆଜି ମୁକୁଳିଛନ୍ତି। ମହେନ୍ଦ୍ର 2000 ମସିହାରୁ ଦିର୍ଘ 25 ବର୍ଷ ଧରି ଆଜୀବନ ସଜ୍ଜା କାଟୁଥିଲେ।  1999 ମସିହା 22 ତାରିଖ ରାତିରେ ଆନନ୍ଦପୁର ଥାନା ମନୋହରପୁର ଗ୍ରାମରେ ଗ୍ରାହାମ ଷ୍ଟେନସ୍ ଏବଂ ତାଙ୍କର 2ପୁଅ ଫିଲିପ୍ ଏବଂ ତ

ିମୋତିଙ୍କ ସହ ଗାଡ଼ିରେ ସୋଇଥିବାବେଳେ ଦୃର୍ବୁତ୍ତ ମାନେ ଗାଡ଼ିରେ ନିଆଁ ଲଗେଇ ଦେବାରୁ 3 ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହି ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ମାମଲାରେ ଦାରା ସିଂହ ଏବଂ ତାର ସହଯୋଗୀ ଆଜୀବନ ସଜ୍ଜା କାଟୁଛନ୍ତି। ସେ ମଧ୍ୟରୁ ମହେନ୍ଦ୍ର ହେମ୍ବ୍ରମ ଆଜି ଜେଲରୁ ମୁକ୍ତି ପାଇଛନ୍ତି । ସେ ଦୀର୍ଘ ପଚିଶ ବର୍ଷ ପରେ ମୁକୁଲିଥିବା ବେଳେ ତାଙ୍କୁ ଷଡ଼ଯନ୍ତ୍ର କରି ଫସାଇ ଦିଆଯାଇଥିବା ପ୍ରକାଶ କରିଛନ୍ତି ମହେନ୍ଦ୍ର ହେମ୍ବ୍ରମ। ଆଜି ସେ ମୁକୁଳିବା ପରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ତାଙ୍କୁ ସ୍ଵାଗତ କରାଯାଇଥିଲା ।

0 Comments