ଚାଇଁବସା: ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାରେ ଶନିବାର ଦିନ ଏକ ଆଇଇଡି ବିସ୍ଫୋରଣରେ ଜଣେ ଝାଡ଼ଖଣ୍ଡ ଜାଗୁଆର କନଷ୍ଟେବଲ୍ ସହିଦ ହରାଇଥିବା ବେଳେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ଏନେଇ ଝାଡ଼ଖଣ୍ଡର ଜଣେ ପୋଲ
ିସ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣା ଜରାଇକେଲା ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ରାଧାପୋରା ଅଞ୍ଚଳରେ ଘଟିଛି ବୋଲି ସେ କହିଛନ୍ତି। ଆହତ ଶବାନ କୋବ୍ରାର ବିଷ୍ଣୁ ସାଇନି ଏବଂ ସହିଦ ଯବାନ ଝାଡ଼ଖଣ୍ଡ ଜାଗୁଆରର ସୁନୀଲ ଧନ ଭାବେ ଚିହ୍ନଟ କରାଯାଇଛି।
ଏହି ଘଟଣାରେ ଦୁଇ ଜଣ ଯବାନ - ଜଣେ କୋବ୍ରା 203 ବାଟାଲିୟନ ଏବଂ ଅନ୍ୟ ଜଣେ ଝାଡ଼ଖଣ୍ଡ ଜାଗୁଆରର - ଆହତ ହୋଇଛନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅଧିକ ଚିକିତ୍ସା ପାଇଁ ଉଭୟଙ୍କୁ ବିମାନ ଯୋଗେ ରାଞ୍ଚି ନିଆଯାଇଥିଲା," ବୋଲି କୋଲହାନ ଡିଆଇଜି ମନୋଜ ରତନ ଚୋଥେ ପିଟିଆଇକୁ କହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସା ସମୟରେ ସୁନୀଲ ଧନଙ୍କ ମୃତ୍ୟୁ ଘଟିଛି। ସାଇନିଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଇଛି।
ଛୋଟନାଗ୍ରା ଏବଂ ଜରାଇକେଲା ପୋଲିସ ଷ୍ଟେସନ ସୀମା ମଧ୍ୟରେ ଅବସ୍ଥିତ ଏକ ଜଙ୍ଗଲ ଅଞ୍ଚଳରେ, ନକ୍ସଲମାନେ ଶନିବାର ଏକ ଅପରେସନ ସମୟରେ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରି ଗୁଳି ଚଳାଇଥିଲେ ଏବଂ ଏକ ଆଇଇଡି ବିସ୍ଫୋରଣ କରିଥିଲେ। ଏହାର ଜବାବରେ ସୁରକ୍ଷା ବାହିନୀ ପ୍ରତି ଆକ୍ରମଣ କରିଥିଲେ। ହେଲେ ମାଓବାଦୀମାନେ ଘନ ଜଙ୍ଗଲର ସୁଯୋଗ ନେଇ ଖସି ପଳାଇବାରେ ସକ୍ଷମ ହୋଇଥିଲେ," ବୋଲି ବିବୃତ୍ତିରେ କୁହାଯାଇଛି।
ଛତିଶଗଡ଼ ଦାନ୍ତେୱାଡ଼ା ଏବଂ ବିଜାପୁର ସୀମାନ୍ତ ଅଞ୍ଚଳରେ ନକ୍ସଲମାନଙ୍କ ସହ ଏକ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟର ସ୍ଥଳରୁ ପୋଲିସ ତିନି ଜଣ ୟୁନିଫର୍ମ ପିନ୍ଧା ନକ୍ସଲଙ୍କ ମୃତଦେହ ଉଦ୍ଧାର କରିଛି। ତଲାସୀ ସମୟରେ ଘଟଣାସ୍ଥଳରୁ ଏକ ଇନସାସ୍ ରାଇଫଲ୍ ମଧ୍ୟ ଉଦ୍ଧାର କରାଯାଇଥିଲା। ଏହି ଏନକାଉଣ୍ଟରରେ ଯବାନମାନେ ବିଜାପୁର ଆଇଇଡି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଅନୀଲ ପୁନମକୁ ମଧ୍ୟ ନିହତ କରିଥିଲେ।