ତପନ ବେହେରା ( ଘଟଗାଁ)ସେ ଦୁଃଖ ନାସିନୀ, ଶକ୍ତି ପ୍ରଦାୟିନୀ, ସଙ୍କଟ ତାରିଣୀ। ତାଙ୍କ ଆଶିଷ ମିଳିଲେ ଦୂର ହୋଇଯାଏ ଭକ୍ତଙ୍କ ସବୁ

କଷ୍ଟ। ସେଥ‌ିପାଇଁ ତ ଚଇତି ପର୍ବକୁ ଆସୁଥ‌ିବା ଅଧିକାଂଶ ଭକ୍ତ ଓ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ମାନସିକ କରନ୍ତି। ନିଜ ପରିବାରର ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରିଥାନ୍ତି।

ଏହି ଦିନର ପୂଜା ମଧ୍ୟରେ ମା’ ଭକ୍ତଙ୍କ ଦୁଃଖକୁ ହରଣ କରିବା ସହ ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ଵାସ ରହିଛି। ଆଜି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ମା ତାରିଣୀଙ୍କ ସ୍ଵତନ୍ତ୍ର ସୁନାବେଶ ଅନୁଷ୍ଠିତ ହୋଇଥିଲା। ଭୋରୁ ଚଇତି ପଣା ସଂକ୍ରାନ୍ତି ତଥା ମହାବିଷୁବ ସଂକ୍ରାନ୍ତି ଦିନରେ ଦେହୁରୀମାନେ ଷୋଡ଼ଶ ଉପଚାରରେ ମା ଙ୍କ ପୂଜା ରୀତିନୀତି କରିଥିଲେ। ମାଙ୍କୁ ପୂଜା ପରେ ପଣା ସମର୍ପଣ ପରେ ମାଙ୍କ ସାଧାରଣ ଦର୍ଶନ ଆରମ୍ଭ କରାଯାଇଥିଲା। ଆଜି ସକାଳୁ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଥିଲା। ଏହି ଭିଡ଼କୁ ଦେଖି ମନ୍ଦିର ପ୍ରଶାସନ, ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଅବସରରେ ଆଜି ମା ତାରିଣୀଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମାଙ୍କ ଦର୍ଶନ କରିବା ସହ ପୁଷ୍ପାଞ୍ଜଳି, ଆରତୀ କରିଥିଲେ। ମା ଆର୍ଶୀବାଦ ଗ୍ରହଣ କରି ରାଜ୍ୟବାସୀଙ୍କୁ ନୂତନ ବର୍ଷ ପାଇଁ ଅଭିନନ୍ଦନ ଜଣାଇଥ

ିଲେ। କେନ୍ଦୁଝର ଜିଲ୍ଲାକୁ ଏକ ନମ୍ୱର ଜିଲ୍ଲା କରିବା ସହ ଷ୍ଟିଲ ପ୍ଲାଣ୍ଟ ନିଶ୍ଚିତ ଭାବେ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ୨୧୫ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଅନୁଦାନ ପ୍ରଦାନ କରାଯାଇ ଥିବା ବେଳେ ଡିପିଆର ପ୍ରସ୍ତୁତ ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। 

ପରେ କେନ୍ଦୁଝର ସହରର ଲାବଣ୍ୟ ଛକରେ ଥିବା ମହାବୀର ପୂଜା କମିଟି ଦ୍ବାରା ବାର୍ଷିକ ମହୋତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଉକ୍ତ କମିଟିର ସଦସ୍ୟ ଥିବାବେଳେ ଆଜି ପ୍ରଥମେ ମହାବୀର ହନୁମାନଙ୍କ ପୂଜାର୍ଚ୍ଚନା କରିଥିଲେ। ପରେ ମହୋତ୍ସବ କମିଟି ଦ୍ଵାରା ଆୟୋଜିତ ଯଣ୍ଡା ଶୋଭାଯାତ୍ରାରେ ଯୋଗଦେଇ ଥିଲେ ମୁଖ୍ୟମନ୍ତ୍ରୀ। ଭାଇଚାରାର ଏହି ଶୋଭାଯାତ୍ରାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲା ବେଳେ ମହାବୀର ହନୁମାନଙ୍କ କୃପାରୁ ଜିଲ୍ଲାବାସୀଙ୍କ ସୁଖଶାନ୍ତିରେ କଟିବ ବୋଲି ପାର୍ଥନା କରିଥିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ଆଗାମୀ ଦିନରେ ସୁନାର ଜିଲ୍ଲା ହେବ ବୋଲି କାମନା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅନନ୍ତ ନାୟକ, ତେଲକୋଇ ବିଧାୟକ ଡ଼ ଫକିର ନାଏକ, ପାଟଣା ବିଧାୟକ ଅଖିଳ ନାୟକଙ୍କ ସହ ବହୁ ଜିଲ୍ଲା ବିଜେପି ପଦାଧିକାରୀ ଯୋଗ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଅଭିମୁଖେ ବାହାରି ଯାଇଥିଲେ।

0 Comments