ଭୁବନେଶ୍ବର: ରାଜ୍ୟରେ ଆହୁରି ୭ ଦିନ ଯାଏ କାଳବୈଶାଖୀ ବର୍ଷା ସମ୍ଭାବନା । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବର୍ଷାର ସତର୍କତାକୁ ନେଇ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ,ଗଂଜାମ ଓ କଳାହାଣ୍ଡି ସେହିପରି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।
ଏହିସବୁ ଜିଲ୍ଲାରେ ୫୦ ରୁ ୬୦ କିମି ଝଡ ପବନ ବହିବାର ସମ୍ଭାବନା ରହିଛି। ସେହିପରି ନବରଙ୍ଗପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ,ନୟାଗଡ, ଖୋର୍ଦ୍ଧା, ପୁରୀ ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର ,ଭଦ୍ରକ, ମୟୁରଭଞ୍ଜ, ସୁନ୍ଦରଗଡ ଓ ବାଲେଶ୍ୱର ଏହି ୧୮ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ। ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ଝଡ ପବନ ବହିବାର ସମ୍ଭାବନା ରହିଛି। ଆସନ୍ତାକାଲି ବିଜୁଳି ଘଡ଼ଘଡ଼ି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଦେଇଛି ବିଭାଗ।
nt-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଉପକୂଳବର୍ତ୍ତୀ ଜିଲ୍ଲା ଯେପରିକି ମୟୁରଭଞ୍ଜ ,କେନ୍ଦୁଝର, ମାଲକାନଗିରି ,ସୁନ୍ଦରଗଡ ଓ ନବରଙ୍ଗପୁର ଜିଲ୍ଲାରେ ବର୍ଷା ସତର୍କତାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଦେଇଛି ବିଭାଗ। ଏହି ସବୁ ଜିଲ୍ଲାରେ ୩୦ ରୁ ୪୦ କିମି ଝଡ ପବନର ସତର୍କତା ରହିଛି। ସେହିପରି ୧୩ ତାରିଖରେ ମଧ୍ୟ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ, କେନ୍ଦୁଝର ମୟୁରଭଞ୍ଜ ବାଲେଶ୍ୱର, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଯାଜପୁର ,ଭଦ୍ରକ ଓ ପୁରୀକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ୧୪ରେ ବର୍ଷାର ପରିମାଣ ବଢିବା ସହ ୧୭ ଯାଏ ବର୍ଷା ଜାରି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ସେପଟେ ୪ ରୁ ୫ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ।
୧୩ ଓ ୧୪ ତାରିଖରେ ୱାର୍ଣ୍ଣିଂ ନଥିଲେ ବି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହ ଆସନ୍ତା ୧୬ ତାରିଖ ଯାଏ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଆଗାମୀ ୫ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ବିଭାଗ ପୂର୍ବାନୁମାନ କରିଛି ।