ଭୁବନେ

୍ବର: ରାଜଧାନୀରେ ବିଲଡରଙ୍କୁ ହତ୍ୟା । ବିଲଡରକୁ ହତ୍ୟା କଲେ ଦୁର୍ବୃତ୍ତ । ଜାଗାବାଡି ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା । ମୃତକ ହେଲେ ସସ୍ମିତ ବିଶ୍ବାଳ ଓରଫ ଚିନୁ । ଏୟାରଫିଲ୍ଡ ଥାନା ବୋତଣ୍ଡା ଜାମୁକୋଳି ପ୍ରଧାନସାହିରେ ଥିବା ଏକ ପଡିଆରେ ଏହି ହତ୍ୟାକାଣ୍ଡ ଘଟିଛି । ଘଟଣାର ତଦନ୍ତ କରୁଛି କମିଶନରେଟ ପୋଲିସ ।

ମୃତ ବିଲଡରଙ୍କ ନିଜ ଘର ଏୟାରପୋର୍ଟ ଥାନା ଭିମପୁରରେ । ତାଙ୍କର ବୋତଣ୍ଡା ଜାମୁକୋଳିରେ ପ୍ରଧାନ ସାହି ନିକଟରେ ଏକ ଜାଗା ଥିଲା ସେହି ଜାଗା ପାଇଁ ସେଠାରେ ଗଣ୍ଡଗୋଳ ହୋଇଥିଲା ସେହି ଠାରେ ଆଜି ସକାଳୁ ଯାଇଥିଲେ ଆଉ ଫେରି ନଥିଲେ । ଜାଗାବାଡି ପଜେସନ ନେଇ ଯାଇଥିବା ବେଳେ ପଡିଆରୁ ସନ୍ଦେହ ଜନକ ଭାବେ ମିଳିଛି ମୃତଦେହ । ତାଙ୍କୁ ସଙ୍ଗେ ସଙ୍ଗେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ହସ୍ପିଟାଲ ବାହାରେ ବିଲଡରଙ୍କ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି ।

କିପରି ଘଟଣା ଘଟିଛି କିଛି ଜଣାପଡିନାହି । ହେଲେ ଏବେ ତାର ଘଟଣା ସ୍ଥଳରୁ ମୃତଦେହ ଜବତ ହେବା ଘଟଣାକୁ ନେଇ ଏକ ସନ୍ଦେହ ଜନକ ଅବସ୍ଥା ସୃଷ୍ଟି ହୋଇଛି । ଏପରିକି ପରିବାର ଓ ସମ୍ପର୍କିତ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି କହିଥିବା ବେଳେ ଏହା ପଛରେ ଦୁଇରୁ ତିନିଜଣ ସଂଘବଦ୍ଧ ଭାବେ ସାମିଲ ଥିବା ସେମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ।

0 Comments