କେନ୍ଦୁଝର- କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା'ତାରିଣୀଙ୍କୁ ଜଣେ ଭକ୍ତ ୫୦ ଲକ୍ଷ ଟଙ୍କାର ସୁନା ମୁକୁଟ ଦାନ କରିଛନ୍ତି । ମା'ଙ୍କ ଆଖିପତା, ନାକ ନୁଥ, ଟିକିଲି ସହିତ ମୁକୁଟ ଦାନ କରିଛନ୍ତି । ସୁନା ମୁକୁଟ ର ଓଜନ ୪୪୫ଗ୍ରାମ ୪୭୦ ମିଲିଗ୍ରାମ ଏବଂ ଅନ୍ୟାନ୍ୟ ଦୈନଦିନ ବ୍ୟବହୃତ ଅଳ
ଙ୍କାର ୨୫ ଗ୍ରାମ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଦାନ କରିଥିବା ଭକ୍ତ ଜଣଙ୍କ ହେଲେ ସୁନ୍ଦରଗଡ ଜିଲ୍ଲାର ବଜରଙ୍ଗ ଅଗ୍ରୱାଲ । ମାଙ୍କ ନିକଟରେ ମାନସିକ ରଖିଥିଲେ, ତାଙ୍କର ମନୋସ୍କାମନା ପୁରଣ ହେବାରୁ ସେ ମାଙ୍କୁ ପାଖାପାଖି ୫୦ ଲକ୍ଷ ଟଙ୍କାର ସୁନା ଦାନ କରିଥିବା ଜଣାପଡ଼ିଛି।