ତପନ ବେହେରା (ଢେଙ୍କିକୋଟ) ଘଟଗାଁ ବ୍ଲକର ଭୋଳବେଡା ଗ୍ରାମ ବଡ଼ସାହି ରେ ୨୧ତମ ବାର୍ଷିକ ମହା ମନ୍ତ୍ର ନାମ ସଂକୀର୍ତନ ୭ତାରିଖ ସୋମବାର ରୁ ଆରମ୍ଭ ହୋଇ ଛି,ଶୁକ୍ରବାର ପୂର୍ଣ୍ଣା ହୂତି ଓ ନଗର କୀର୍ତ୍ତନ ରହିଛି,ଏହି ନାମ ଯଜ୍ଞ ରେ ବଛା ବଛା ସଂକୀର୍ତ୍ତନ ଦଳ ଭାଗ ନେଇଛନ୍ତି, ପୂଜା ସ୍ଥଳ କୁ ବେଶ ସୁସଜିତ କରା ଯାଇଛି, ପୂଜକ ଅଜିତ ଦାସ ପୂଜାରେ ନିୟୋଜିତ ରହି କର୍ତ୍ତା ରଙ୍ଗାଧର ମହାକୁଡ଼, ଜୟଦେବ ଦଳେଇ, ପଦୀଆ ନାୟକ ଉପସ୍ଥିତ ରହି ପୂଜାରେ ରହିଛନ୍ତି, ସଂକୀର୍ତ୍ତନ ମଣ୍ଡଳୀ ମଧ୍ୟରେ ପଟୁକିସୁଳି ବାରିପଦା, ଗ
ଆଲି ବାରିପଦା, ରାଉତରା ଝିଅଦଳ ବାରିପଦା, ହୁମା ସମ୍ବଲପୁର, ଝାରବେଡା କେନ୍ଦୁଝର, ଲୁଙ୍ଗା ସାହାରପଡା, ଓ ଭୋଳ ବେଡା ଗ୍ରାମଦଳ କ୍ରମାଗତ ମହା ମନ୍ତ୍ର ନାମ ସଂକୀର୍ତ୍ତନ ସହ ଅଙ୍ଗୀ ଭଙ୍ଗୀ କୁ ଶ୍ରଦ୍ଧାଳୁ ବେଶ ଉପଭୋଗ କରୁଛନ୍ତି, ସନ୍ଧ୍ୟା ରୁ ରାତିଯାଏ ଦର୍ଶକ ଙ୍କ ଭିଡ ଜମୁଛି, ଆୟୋଜକ କାଳୀ ଚରଣ ନାୟକ, ଦ୍ଵିତୀକୃଷ୍ଣ ନାୟକ, ଜଳଧର ନାୟକ, ସତ୍ୟବ୍ରତ ନାୟକ, ଭାଗବତ ପ୍ରସାଦ ନାୟକ, ପ୍ରଦୀପ କୁମାର ନାୟକ, ପଞ୍ଚାନନ ନାୟକ, ଲମ୍ବୋଦର ନାୟକ, ପରମେଶ୍ୱର ନାୟକ ପ୍ରମୁଖ ଙ୍କ ସମସ୍ତ ଦାଇତ୍ୱ ରେ ନାମ ଯଜ୍ଞ ଚାଲୁରହିଛି।