ନୂଆଦିଲ୍ଲୀ: ୱାକ୍ଫ ବିଲକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଆଇନ୍ରେ ପରିଣତ ହେଲା ୱକ୍ଫ ସଂଶୋଧିତ ବିଲ୍ । ୱକ୍ଫ ସଂଶୋଧିତ ବିଲ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଞ୍ଜୁରୀ । ସଂସଦର ଉଭୟ ଗୃହରେ ବିଲ୍ ପାସ୍ ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଆଇନରେ ପରିଣତ ହେଲା ୱାକଫ ବିଲ୍ । ଆଇନରେ ପରିଣତ ହେଲା ୱାକଫ ସଂଶୋଧିତ ବିଲ୍ । ରାଷ୍ଟ୍ରପତିଙ୍କ ଅନୁମୋହନ ପରେ ମିଳିଲା ଆଇନର ମାନ୍ୟତା ।
ୱକ୍ଫ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଆଇନ୍ରେ ପରିଣତ ହେଲା ୱକ୍ଫ ସଂଶୋଧିତ ବିଲ୍ । ୱକ୍ଫ ସଂଶୋଧିତ ବିଲ୍କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ସଂସଦର ଉଭୟ ଗୃହରେ ବିଲ୍ ପାସ୍ ପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ । ଏନେଇ ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି । ରାଜ୍ୟସଭାରେ ୧୭ ଘଣ୍ଟା, ଲୋକସଭାରେ ୧୩ ଘଣ୍ଟାର ବିତର୍କ ହୋଇଥିଲା ।
ୱାକଫ୍ ସଂଶୋଧନ ବିଲ୍ ବିରୋଧର
େ ସୁପ୍ରିମକୋର୍ଟରେ ପ୍ରଥମ ପିଟିସନ ।
ୱାକଫ୍ ବିଲ୍ ସଂସଦରେ ପାରିତ ହୋଇଛି। ଆଇନରେ ପରିଣତ ହେବାକୁ ଏବେ କେବଳ ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା। ତେବେ ଏହି ବିଲ୍ ପାରିତ ହେବା ପରେ କଂଗ୍ରେସ ସାଂସଦ ମହମ୍ମଦ ଜାଭେଦ୍ ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। 2019ରେ ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ତ୍ରିପଲ ତାଲାକ ଉପରେ ବିଲ୍ ପାରିତ ହେବା ପରେ ୱାକଫ୍ ବିଲ୍ ହେଉଛି ଦ୍ୱିତୀୟ ପ୍ରମୁଖ ବିବାଦୀୟ ପରିବର୍ତ୍ତନ, ଯାହା ମୁସଲିମ୍ ସମ୍ପ୍ରଦାୟ ଉପରେ କାର୍ଯ୍ୟକାରୀ ହେବାପାଇଁ ଆସିଛି।
ଜାଭେଦଙ୍କ ତରଫରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ବର୍ତ୍ତମାନର ୱାକଫ୍ (ସଂଶୋଧନ) ଅଧିନିୟମ, 2025 ସମ୍ବିଧାନର ଧାରା 14, 15, 25, 26, 29 ଏବଂ 300A ଅନୁଯାୟୀ ଦିଆଯାଇଥିବା ଅଧିକାରକୁ ଉଲ୍ଲଂଘନ କରୁଛି। ସୂଚନାଯୋଗ୍ୟ ଯେ, ଜାଭେଦ୍ ୱାକଫ୍ (ସଂଶୋଧନ) ବିଲ୍, 2024 ଉପରେ ମିଳିତ ସଂସଦୀୟ କମିଟି- ଜେପିସି ର ସଦସ୍ୟ ମଧ୍ୟ ଥିଲେ।