ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଲୋକସଭା ପରେ ରାଜ୍ୟସଭାରେ ପାରିତ କରିଛି ୱାକଫ୍ ସଂଶୋଧନ ବିଲ୍ 2025 । ଦୁଇ ଦିନର ବିତର୍କ ପରେ ବିଲ୍‌ ସଂସଦର ଉଭୟ ଗୃହରେ ଗୃହୀତ ହୋଇଛି । 12 ଘଣ୍ଟାରୁ ଅଧିକ ସମୟ ଧରି ତୀବ୍ର ବିତର୍କ ପରେ ଆଜି ଭୋର ସମୟରେ ରାଜ୍ୟସଭାରେ ଏହି ବିଲ୍‌ ପାସ ହୋଇଥିଲା । ବିରୋଧୀ ମାନେ ଆଣିଥିବା ସମସ୍ତ ସଂଶୋଧନ ପ୍ରସ୍ତାବ କାଟ ଖାଇଥିଲା । ବିଲ୍‌ ସପକ୍ଷରେ 128 ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷରେ 95ଟି ପଡିଥିଲା । ଆଇନରେ ପରିଣତ ହେବା ପାଇଁ ଏବେ ଖାଲି ର

ାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି ।

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ୱାକଫ ବିଲକୁ ନେଇ ମୁସଲମାନ ସମ୍ପ୍ରଦାୟକୁ ଭୟଭୀତ କରୁଥିବା ଅଭିଯୋଗ କରିଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ, କେନ୍ଦ୍ର ସରକାର 'ସାବକା ସାଥ, ସବକା ବିକାଶ' ଉଦ୍ଦେଶ୍ୟରେ ସମସ୍ତଙ୍କ ପାଇଁ କାମ କରୁଛନ୍ତି । ୱାକଫ ବୋର୍ଡ ଏକ ବିଧି ବ୍ୟବସ୍ଥା ଏବଂ ସମସ୍ତ ସରକାରୀ ସଂସ୍ଥା ପରି ଏହା ଧର୍ମନିରପେକ୍ଷ ହେବା ଉଚିତ।

ରାଜ୍ୟସଭାରେ ଏହି ବିଲ୍ ଉପରେ 12 ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ବିତର୍କର ଉତ୍ତରରେ ରିଜିଜୁ କହିଛନ୍ତି ଯେ, ସଂସଦୀୟ କମିଟି ଦ୍ୱାରା କରାଯାଇଥିବା ଅନେକ ପରାମର୍ଶ ସଂଶୋଧିତ ବିଲରେ ଅନ୍ତର୍ଭୁକ୍ତ କରାଯାଇଛି। ଯେତେବେଳେ ୱାକଫ ସଂଶୋଧନ ବିଲ୍ ପ୍ରଥମେ ପ୍ରସ୍ତୁତ କରାଯାଇଥିଲା ଏବଂ ଆମେ ବର୍ତ୍ତମାନ ଯେଉଁ ବିଲ୍ ପାସ୍ କରୁଛୁ, ସେଥିରେ ଅନେକ ପରିବର୍ତ୍ତନ ଆସିଛି। ଯଦି ଆମେ କାହାର ମତାମତ ଗ୍ରହଣ କରି ନ ଥାଆନ୍ତୁ ତେବେ ବିଲ୍ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତା। ବିଜେପି ନେତୃତ୍ୱାଧୀନ ସରକାର କାହାକୁ ଭୟଭୀତ କରୁନାହାଁନ୍ତି । ବିରୋଧୀ ଦଳଗୁଡିକ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଭୟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ସେମାନଙ୍କୁ ମୁଖ୍ୟ ସ୍ରୋତରୁ ଦୂରେଇ ନେବାକୁ ଚାହୁଁଛନ୍ତି । ଏହି ବିଲ୍‌ କୋଟି କୋଟି ମୁସଲମାନଙ୍କୁ ଲାଭଦାୟକ ହେବ । ଥରେ ସମ୍ପତ୍ତି ୱାକଫ୍ ସମ୍ପତ୍ତି ଘୋଷିତ ହେଲେ ଏହାର ସ୍ଥିତି ପରିବର୍ତ୍ତନ ହୋଇପାରିବ ନାହିଁ । ଧାର୍ଯ୍ୟ ପ୍ରକ୍ରିୟା ଅନୁସରଣ କରି ଏହା କରିବାକୁ ହେବ। ''

ଗତକାଲି ରାଜ୍ୟସଭାରେ ହୋଇଥିବା ବିତର୍କରେ ବିରୋଧୀ ମାନେ ସାମିଲ ହୋଇ ଏହି ବିଲ୍କୁ ଅସାମ୍ବିଧାନିକ ବୋଲି କହିଛନ୍ତି । ଏହାର ଉଦ୍ଦେଶ୍ୟ ମୁସଲମାନମାନଙ୍କୁ ଟାର୍ଗେଟ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି ବିରୋଧି। କଂଗ୍ରେସ, ଟିଏମସି, ଡିଏମକେ, ଏଏପି, ଶିବସେନା (ୟୁବିଟି), ସମାଜବାଡି ପାର୍ଟି, ଆରଜେଡି ଏବଂ ବାମପନ୍ଥୀ ଦଳର ଅନେକ ବିରୋଧୀ ଦଳର ନେତା ଶାସକ ଦଳକୁ ନିଜ ଉଦ୍ଦେଶ୍ୟରେ ଏହି ବିଲ୍ ଆଣିଥିବା ଅଭିଯୋଗ କରିଛନ୍ତି।

0 Comments