ଭୁବନେଶ୍ବର: ବିଧାନସଭାରେ ଆଗତ ହୋଇଛି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ବା ସିଏଜିଙ୍କ ସମୀକ୍ଷା । 31 ମାର୍ଚ୍ଚ 2022 ସୁଦ୍ଧା ଲଘୁ ଖଣିଜ ରାଜସ୍ୱର ଆକଳନ ଓ ଅସୁଲ ବ୍ୟବସ୍ଥା ଏବଂ ନିୟନ୍ତ୍ରଣ ଉପରେ ସମୀକ୍ଷା ହୋଇଛି । ସେହିପରି ଓଡିଶା ମିନେରାଲ ବିଅରିଂ ଅଞ୍ଚଳ ବିକାଶ ନିଗମ ପାଣ୍ଠି ବା ଓଏମବିଏଡିସି(OMBADC) ପରିଚାଳନା ଉପରେ ସମୀକ୍ଷା ହୋଇଛି । ଉଭୟ କ୍ଷେତ୍ରରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ଦର୍ଶାଇଛନ୍ତି ।
ସିଏଜି ଆର୍ଥିକ ବର୍ଷ 2021/2022 ବର୍ଷ ପାଇଁ ଲଘୁ ଖଣିଜ ରାଜସ୍ବର ଆକଳନ ଓ ଅସୁଲିର ବ୍ୟବସ୍ଥା ଏବଂ ନିୟନ୍ତ୍ରଣ ଓ ଓଡିଶା ମିନେରାଲ ବିଅରିଂ ଅଞ୍ଚଳ ବିକାଶ ନିଗମ ପାଣ୍ଠି ଉପରେ ସମୀକ୍ଷା କରିଛନ୍ତି । ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହି ପ୍ରତିବେଦନ ବିଧାନସଭାରେ ଉପସ୍ଥାପିତ ହୋଇଛି । ବିଧାନସଭାରେ ଉପସ୍ଥାପନ ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଏଜି ଅତୁଳ ପ୍ରକାଶ । ଉପସ୍ଥିତ ଥିଲେ ଉପ ଏଜି ସ୍ଵାମୀ ଶୁଭମ ଭାଇଜନାଥ ଓ ଏନ ବାଲକ୍ରିଷ୍ଣନ ।
ଏଜି ଅତୁଳ ପ୍ରକାଶ କହିଛନ୍ତି, "ଆର୍ଥିକ ବର୍ଷ 2015/22 ମଧ୍ୟରେ ଲଘୁ ଖଣିଜରୁ ରାଜସ୍ୱ 2968.75 କୋଟି ଟଙ୍କା ଥିଲା । ଅଗଷ୍ଟ 2021ରୁ ସେପ୍ଟେମ୍ବର 2022 ମଧ୍ୟରେ ଲଘୁ ଖଣିଜ ପଦାର୍ଥ ଦେୟର ଆକଳନ ଓ ଆଦାୟର ପ୍ରକ୍ରିୟା ଏବଂ ନିୟନ୍ତ୍ରଣ ଉପରେ ସମୀକ୍ଷା ହୋଇଛି । 31 ମାର୍ଚ୍ଚ 2022 ସୁଦ୍ଧା ଯାଞ୍ଚ ହୋଇଥିବା 22ଟି ତହସିଲରେ ଥିବା 520 ଲଘୁ ଖଣିଜ ପଦାର୍ଥ ଉତ୍ସ ମଧ୍ୟରୁ 147 ଉତ୍ସ କାର୍ଯ୍ୟକ୍ଷମ ଓ 373 ଉତ୍ସ କାର୍ଯ୍ୟକ୍ଷମ ହୋଇନଥିଲା । ପ୍ରଥମ ସର୍ବୋଚ୍ଚ ବିଡରଙ୍କ ଅନିଚ୍ଛା ପରିସ୍ଥିତିରେ ବିଡର ଚୂଡାନ୍ତକରଣରେ ଅନିୟମିତତା ଲକ୍ଷ୍ୟ ହୋଇଛି । ଫଳରେ 6.21 କୋଟି ଟଙ୍କାର କ୍ଷତି ହୋଇଛି ।’
ଖଣି ଯୋଜନା ଅନୁମୋଦନ ପରେ ଏବଂ ବିଡିଂ ପ୍ରକ୍ରିୟା ପୂର୍ବରୁ ଜଳେଶ୍ଵର, ଗୁରୁଣ୍ଡିଆ ଓ ଜଗତସିଂହପୁର ତହସିଲର ତହସିଲଦାର ପରିବେଶ ମଞ୍ଜୁରୀ ପାଇଁ ଆବେଦନ କରିନଥ
ିଲେ । ଫଳରେ ଚାଲୁ ରହିଥିବା ଲିଜ ଅବଧିର ପରିସମାପ୍ତି ପୂର୍ବରୁ ବିଡିଂ ପ୍ରକ୍ରିୟା ସମାପ୍ତ ହୋଇପାରିନଥିଲା । ଫଳରେ ଉତ୍ସ ଗୁଡ଼ିକ କାର୍ଯ୍ୟକ୍ଷମ ହୋଇନପାରିବାରୁ 20.10 କୋଟି ଟଙ୍କାର ରାଜସ୍ୱ ହାନି ହୋଇଛି । ଓଡ଼ିଶା ଲଘୁ ଖଣିଜ ରିହାତି ନିୟମାବଳୀ 2016 ଅଧିନରେ ଓଡ଼ିଶା ସରକାରଙ୍କ ଦ୍ବାରା ସଂଶୋଧନ ପରେ, ପୂର୍ବ ସଂଶୋଧନ ହାରରେ ଖଣିଜ ରାଜସ୍ୱର ମୂଲ୍ୟାଙ୍କନରେ ରେଣ୍ଟ୍ ଏବଂ ରୟାଲଟିର ପ୍ରୟୋଗ ଯୋଗୁଁ 8.40 କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଛି ।
ଲିଜଧାରୀଙ୍କ ଠାରୁ ବକେୟା ଖଣିଜ ଦେୟ ସୁଧ ସହିତ 92.28 ଲକ୍ଷ ଟଙ୍କା ସଂଗ୍ରହ ହୋଇପାରି ନାହିଁ । ବେଆଇନ ଖଣି ଉତ୍ତୋଳନ ପାଇଁ 4.38 କୋଟି ଟଙ୍କା ଲିଜଧାରୀଙ୍କ ଠାରୁ ଆଦାୟ ହୋଇନାହିଁ । ଆଇନଗତ ଅଧିକାର ବିନା 4.77 ଲକ୍ଷ ଘନମିଟର ଲଘୁ ଖଣିଜ ପଦାର୍ଥର ଖନନ ହୋଇଛି । ଫଳରେ 51.69 କୋଟି ଟଙ୍କା ଅଣ-ଆଦାୟ ରହିଛି । ଅନୁମୋଦିତ ଖଣି ଯୋଜନାରୁ ଅଧିକ ଖଣିଜ ପଦାର୍ଥ ଖନନ ଏବଂ ତହସିଲଦାରଙ୍କ ଦ୍ଵାରା ‘Y’ ଫର୍ମର ଯାଞ୍ଚ ନହେବା ଦ୍ଵାରା 80,721.40 ଘନମିଟର ପଥରର ବେଆଇନ ଉତ୍ପାଦନ ହୋଇଥିଲା । ଫଳରେ ଲିଜଧାରୀଙ୍କଠାରୁ ଖଣିଜ ମୂଲ୍ୟ ବାବଦକୁ 33.50 କୋଟି ବକେୟା ପଡିଛି ।
ବିଭାଗର ଉଦାସୀନ ମନୋଭାବରୁ ଧର୍ମଶାଳା ତହସିଲର ଡଙ୍କାରୀ କଳାପଥର ଖଣିରୁ ଉତ୍ତୋଳନ ହୋଇଥିବା ଅତିରିକ୍ତ ପରିମାଣର ପୁନଃମୂଲ୍ୟାୟନ ହୋଇପାରିନାହିଁ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ନୂତନ ନିର୍ଦ୍ଦେଶ ଦିଆଯାଇପାରିଲା ନାହିଁ । ଫଳରେ 58.63 କୋଟି ଟଙ୍କାର ଖଣିଜ ରାଜସ୍ୱ ଆଦାୟ ହୋଇପାରିନାହିଁ । ଖଣି ଆରମ୍ଭ ହେବା ପୂର୍ବରୁ ଏବଂ ଜିଲ ଅବଧି ବନ୍ଦ ହେବା ପରେ ଉତ୍ସ ଗୁଡ଼ିକର ମାପ ଗ୍ରହଣ କରିବାର ପ୍ରଣାଳୀ ଗ୍ରହଣ ନ କରିବା ଦ୍ବାରା 8.50 ଲକ୍ଷ ଘନମିଟର କଳା ପଥର ଚୋରି ହୋଇଥିଲା । ଖଣିଜ ରାଜସ୍ୱରେ 98.30 କୋଟି କ୍ଷତି ହୋଇଛି । ଓଡ଼ିଶା ଲଘୁ ଖଣିଜ ରିହାତି ନିୟମାବଳୀ 2016 ଅନ୍ତର୍ଭୁକ୍ତ ଅନୁଯାୟୀ ଠିକାଦାରଙ୍କ ବିଲ ଠାରୁ ଅନ୍ୟାନ୍ୟ ଦେୟ ବିନା ରୟାଲଟି ରିହାତି ପାଇଁ ପ୍ରାଧିକୃତ ଉତ୍ସ ସଂସ୍ଥାରୁ ଲଘୁ ଖଣିଜ କ୍ରୟ ଟ୍ରାନଜିଟ ପାସ ନଦେବା ପରିପ୍ରେକ୍ଷୀରେ 864.45 କୋଟି ଟଙ୍କା ଖଣିଜ ରାଜସ୍ୱ ବାଟମାରଣା ହୋଇଛି ।
ଓଏମବିଏଡିସି ଅର୍ଥରେ 27ଟି କ୍ଷୁଦ୍ର ଜଳ ଯୋଗାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ 49ଟି ଗ୍ରାମ ପାଇଁ ବିଭାଗ ଦ୍ଵାରା ପ୍ରକଳ୍ପ ପ୍ରସ୍ତାବ ଦେବା ପୂର୍ବରୁ କୌଣସି ସମ୍ଭାବ୍ୟ ଅଧୟନ ହୋଇନଥିଲା । ଫଳରେ ଅନୁଗୋଳ, ମୟୂରଭଞ୍ଜ, ଯାଜପୁର ଓ କୋରାପୁଟ ଜିଲ୍ଲାରେ 1.73 କୋଟି ଟଙ୍କା ଖର୍ଚ୍ଚ ପରେ ଜଳ ଉତ୍ସ ଉପଲବ୍ଧ ନଥିବାରୁ କାର୍ଯ୍ୟ ଅଧାରେ ବନ୍ଦ ହୋଇଯାଇଥିଲା । ଯାହା ଦ୍ଵାରା ଓଏମବିଏଡିସିର ଆର୍ଥିକ କ୍ଷତି ହୋଇଛି । ଦ୍ଵିତୀୟ ପର୍ଯ୍ୟାୟରେ ଏହି ପାଣ୍ଠିରୁ ଅନୁଗୋଳର 12ଟି ଗ୍ରାମ, କୋରାପୁଟ ଜିଲ୍ଲାର 15ଟି ଗ୍ରାମ ପାଇଁ କୌଣସି ପ୍ରକଳ୍ପ ଅନୁମୋଦନ ହୋଇନାହିଁ । ଏହି ପରି ଦୁଇଟି ଜିଲ୍ଲାରେ 27ଟି ଖଣି ପ୍ରଭାବିତ ଗ୍ରାମକୁ ପାଇପ ଦ୍ଵାରା ଜଳ ଯୋଗାଣ ପ୍ରକଳ୍ପ ଦ୍ବାରା ସଚ୍ଚ ପାନୀୟ ଜଳରୁ ବଞ୍ଚିତ କରାଯାଇଛି । ଆବାସ, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଅନିୟମିତତା ହୋଇଛି ।
ଲକ୍ଷ୍ୟ ରଖାଯାଇଥିବା 1969 ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ନିର୍ମାଣ କାର୍ଯ୍ୟ କେବଳ 620 ଅଙ୍ଗନବାଡି ସମାପ୍ତ ହୋଇଥିଲା । ଡିସେମ୍ବର 2022 ସୁଦ୍ଧା ଏହା 31.48 ପ୍ରତିଶତ । କେନ୍ଦୁଝର ଏବଂ ସୁନ୍ଦରଗଡ ଜିଲ୍ଲା ପାଇଁ ପ୍ରସ୍ତାବିତ 1408 ମଡେଲ ଅଙ୍ଗନୱାଡି ମଧ୍ୟରୁ କେବଳ 485 ଅଙ୍ଗନୱାଡି ଖଣି ଖନନ ପ୍ରଭାବିତ ବ୍ଲକଗୁଡିକ ପାଇଁ ଆବଣ୍ଟନ କରାଯାଇଥିଲା । ଅବଶିଷ୍ଟ 923 ଅଙ୍ଗନୱାଡି ଖଣି ଖନନ ପ୍ରଭାବିତ ହୋଇନଥବା ବ୍ଳକ ଗୁଡିକୁ ଆବଣ୍ଟିତ କରାଯାଇଥିଲା ।
3900 ଶୌଚାଳୟ ନିର୍ମାଣର ଲକ୍ଷ୍ୟ ଥିବା 4 ଜିଲ୍ଲାରେ କେବଳ 1488 ଶୌଚାଳୟ ସମାପ୍ତ ହୋଇଥିଲା । DSWO, କେନ୍ଦୁଝର ଏବଂ ଯାଜପୁର 1332 ଶୌଚାଳୟ ଧାର୍ଯ୍ୟ ଥାଇ କୌଣସି ଗୋଟିଏ ବି ଶୌଚାଳୟ ଏଡବ୍ଲ୍ୟୁସିରେ ନିର୍ମାଣ ଶେଷ କରିନଥିଲେ । ସେହିଭଳି 2239 ରୋଷେଇ ଘରର ଲକ୍ଷ୍ୟ ଥାଇ କେବଳ 795 ରୋଷେଇ ଘର ନିର୍ମାଣ କରାଯାଇଥିଲା ।
5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଡିପିଆର ଦାଖଲ ପାଇଁ କୌଣସି ସମୟ ସୀମା ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରାଯାଇନଥିଲା । କିମ୍ବା ପ୍ରକଳ୍ପ ସମାପ୍ତ ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନଥିଲା । ଜିଲ୍ଲା ପ୍ରକଳ୍ପ ସଂଯୋଜକ ବା ଡିପିସି, ଯାଜପୁର 78ଟି ପ୍ରାଥମିକ ଏବଂ 20ଟି ମାଧ୍ୟମିକ ବିଦ୍ୟାଳୟର ବିସ୍ତୃତ ପ୍ରକଳ୍ପ ତାଲିକା ଭର୍ତ୍ତିଭୂମି ବିକାଶ ପାଇଁ ଦାଖଲ କରିଥିଲେ । 31ଟି ପ୍ରାଥମିକ ଏବଂ 20 ମାଧ୍ୟମିକ ବିଦ୍ୟାଳୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନଥିଲା ।
5T ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଡିପିଆର ଦାଖଲ ପାଇଁ କୌଣସି ସମୟ ସୀମା ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରାଯାଇନଥିଲା । କିମ୍ବା ପ୍ରକଳ୍ପ ସମାପ୍ତ ପାଇଁ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇନଥିଲା । ଜିଲ୍ଲା ପ୍ରକଳ୍ପ ସଂଯୋଜକ ବା ଡିପିସି, ଯାଜପୁର 78ଟି ପ୍ରାଥମିକ ଏବଂ 20ଟି ମାଧ୍ୟମିକ ବିଦ୍ୟାଳୟର ବିସ୍ତୃତ ପ୍ରକଳ୍ପ ତାଲିକା ଭର୍ତ୍ତିଭୂମି ବିକାଶ ପାଇଁ ଦାଖଲ କରିଥିଲେ । 31ଟି ପ୍ରାଥମିକ ଏବଂ 20 ମାଧ୍ୟମିକ ବିଦ୍ୟାଳୟ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇନଥିଲା ।