ନୂଆଦିଲ୍ଲୀ: ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ୱକଫ ସଂଶୋଧନ ବିଲ ୨୦୨୫ ପାରିତ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି । ଏହି ପଦକ୍ଷେପ ସାମାଜିକ-ଆର୍ଥିକ ନ୍ୟାୟ, ସ୍ବଚ୍ଛତା ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ଦିଗରେ ସାମୂହିକ ପ୍ରୟାସ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଏନେଇ ପ୍ରଧାନମନ୍ତ୍ରୀ
3,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ନରେନ୍ଦ୍ର ମୋଦି
ଟ୍ବିଟ (X) କରି ଲେଖିଛନ୍ତି, "ସଂସଦର ଉଭୟ ଗୃହରେ ୱାକଫ ସଂଶୋଧନ ବିଲ୍ ଏବଂ ମୁସଲିମ ୱାକଫ (ରଦ୍ଦ) ବିଲ୍ ଗୃହୀତ ହେବା ଦେଶ ପାଇଁ ଏକ ଐତିହାସିକ ମୁହୂର୍ତ୍ତ । ଏହା ସାମାଜିକ-ଆର୍ଥିକ ନ୍ୟାୟ, ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧି ପ୍ରତି ଆମର ସାମୂହିକ ପ୍ରତିବଦ୍ଧତାକୁ ପ୍ରକାଶ କରେ । ଏହି ନୂଆ ଆଇନ ବିଶେଷ ଭାବରେ ସେମାନଙ୍କ ପାଇଁ ଲାଭଦାୟକ ହେବ, ଯେଉଁମାନେ ଦୀର୍ଘ ଦିନ ଧରି ଉପେକ୍ଷିତ ଅଛନ୍ତି, ଯାହାଙ୍କ ସ୍ୱର ଶୁଣାଯାଇନାହିଁ ଏବଂ ଯେଉଁମାନେ ସୁଯୋଗରୁ ବଞ୍ଚିତ ହୋଇଛନ୍ତି ।"
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଦଶନ୍ଧି ଧରି, ୱାକଫ ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଦାୟିତ୍ୱହୀନତାର ଅଭାବ ରହିଥିଲା । ଏହା ଦ୍ବାରା ଆମର ମୁସଲିମ ମା', ଭଉଣୀ, ଗରିବ ଏବଂ ପାସମାଣ୍ଡା ମୁସଲିମ ଭାଇ ଭଉଣୀଙ୍କ ସ୍ୱାର୍ଥ ବହୁତ କ୍ଷତି ପହଞ୍ଚାଇଆସୁଥିଲା । ଏବେ ସଂସଦରେ ପାରିତ ହୋଇଥିବା ଏହି ବିଲ୍ ସ୍ୱଚ୍ଛତା ବୃଦ୍ଧି କରିବା ସହିତ ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବାରେ ସାହାଯ୍ୟ କରିବ । ଏହା ସହିତ ଆମେ ଏକ ଏଭଳି ଯୁଗରେ ପ୍ରବେଶ କରିବା, ଯାହା ବର୍ତ୍ତମାନର ସମୟ ସହିତ ସମନ୍ୱୟ ରକ୍ଷା କରିବ ଏବଂ ସାମାଜିକ ନ୍ୟାୟ ପ୍ରତି ପ୍ରତିବଦ୍ଧ ହେବ । ଦେଶର ପ୍ରତ୍ୟେକ ନାଗରିକଙ୍କ ସମ୍ମାନକୁ ପ୍ରାଥମିକତା ଦିଆଯିବା ପାଇଁ ଆମେ ସଂକଳ୍ପବଦ୍ଧ । ଏହି ମାର୍ଗ ଅଧିକ ସଶକ୍ତ, ସମସ୍ତଙ୍କୁ ସମାନ ଭାବରେ ଅନ୍ତର୍ଭୁକ୍ତ କରି ଓ ସମ୍ମାନ କରିବା ଏବଂ ସମ୍ବେଦନଶୀଳ ଭାରତ ଗଠନରେ ବହୁତ ମହତ୍ତ୍ବପୂର୍ଣ୍ଣ ହେବାକୁ ଯାଉଛି ।"
ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଲୋକସଭା ପରେ ରାଜ୍ୟସଭାରେ ୱାକଫ୍ ସଂଶୋଧନ ବିଲ୍ ୨୦୨୫ ପାରିତ କରିଛି । ଦୁଇ ଦିନର ବିତର୍କ ପରେ ସଂସଦର ଉଭୟ ଗୃହରେ ଏହି ବିଲ୍ ଗୃହୀତ ହୋଇଛି । ୧୨ ଘଣ୍ଟାରୁ ଅଧିକ ସମୟ ଧରି ତୀବ୍ର ବିତର୍କ ପରେ ଆଜି ଭୋର ସମୟରେ ରାଜ୍ୟସଭାରେ ଏହି ବିଲ୍ ପାସ ହୋଇଥିଲା ।ବିଲ୍ ସପକ୍ଷରେ ୧୨୮ ଖଣ୍ଡ ଭୋଟ ପଡିଥିବା ବେଳେ ବିପକ୍ଷରେ ୯୫ଟି ପଡିଥିଲା । ଏହା ଏବେ ଏକ ଆଇନରେ ପରିଣତ ହେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ଅପେକ୍ଷାରେ ରହିଛି ।