(ବ୍ୟୁରୋ)ଲୋକାର୍ପଣ ହେଲା ଦେଶର ପ୍ରଥମ ପ୍ରଥମ ଭୂ-ଲମ୍ବ ଲିଫ୍ଟ ସମୁଦ୍ର ସେତୁ। ପାମ୍ବନ ବ୍ରିଜ୍ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମନବମୀରେ ଉଦଘାଟିତ ହୋଇଛି ବହୁପ୍ରତୀକ୍ଷିତ ତାମିଲନାଡୁର ନୂତନ ପାମ୍ବନ ବ୍ରିଜ୍ । ରାମେଶ୍ବରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏମିତି ଏକ ବ୍ରିଜ ଯାହା ଭାରତରେ ପ୍ରଥମଥର ପାଇଁ ଜାହାଜ ଆସିଲେ ଉପରକୁ ଉଠି ଯିବ । ନୂଆ ଟେକନୋଲୋଜୀ ସହିତ ପାମ୍ବନ ବ୍ରିଜର ରୂପରେଖ ବଦଳିଛି । ଏହା ଉପରେ ଟ୍ରେନ ଗଡିବ, ଜାହା
ଜର ଯାତାୟତ ପାଇଁ ଆପେଆପେ ଉପରକୁ ଉଠିଯିବ ।
ବ୍ରିଟିଶ ଅମଳରେ ତିଆରି ହୋଇଥିବା ତାମିଲନାଡୁର ପାମ୍ବନ ରେଲୱେ ବ୍ରିଜର ହୋଇଛି ନବକେଳେବର । ଐତିହ୍ଯସଂପନ୍ନ ଭାରତର ଏହା ହେଉଛି ପ୍ରଥମ ସାମୁଦ୍ରିକ ସେତୁ । ପ୍ରାକୃତିକ ବିପର୍ଯ୍ୟୟକୁ ବାରମ୍ବାର ସମ୍ମୁଖିନ କରି ୧୯୧୪ ମସିହାରେ ନିର୍ମିତ ପମ୍ବନ ବ୍ରିଜ ଏବେ ନୂଆ ଅବତାରରେ ସମଗ୍ର ବିଶ୍ୱ ଆଗକୁ ଆସିଛି । ପୁରୁଣା ବ୍ରିଜକୁ ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ନୂଆ ବ୍ରିଜ୍ ।
ଦକ୍ଷିଣଭାରତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭେଟି । ରାମେଶ୍ୱରମ-ପାମ୍ବନ ମଧ୍ୟରେ ରେଳ ସେତୁକୁ ଉଦଘାଟନ କରିଛନ୍ତି ମୋଦୀ । ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ । ଦକ୍ଷିଣ ଭାରତକୁ ବଡ଼ ଭେଟି ମିଳିଛି ରାମ ନବମୀରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ରାମେଶ୍ୱରମ୍ ଗସ୍ତ କରି ଆରବ ସାଗର ଉପରେ ନିର୍ମିତ ନୂତନ ପାମ୍ବନ ସେତୁର ଉଦଘାଟନ କରିଛନ୍ତି ।
୨.୦୮ କିଲୋମିଟର ଲମ୍ବା ଏହି ସେତୁ ଭାରତର ତାମିଲନାଡୁର ରାମେଶ୍ୱରମ ସହ ମଣ୍ଡପମକୁ ସଂଯୋଗ କରେ । ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭବିଷ୍ୟତକୁ ଆଖି ଆଗରେ ରଖି, ଏହାକୁ ଡବଲ୍ ଟ୍ରାକ୍ ଏବଂ ହାଇ-ସ୍ପିଡ୍ ଟ୍ରେନ୍ ପାଇଁ ଡିଜାଇନ୍ କରାଯାଇଛି ।
ଆଉ ଏଥି ପାଇଁ ଏହି ସେତୁ ଦୀର୍ଘସ୍ଥାୟୀ ହେବା ସହିତ ଏହା ଆଗାମୀ 100 ବର୍ଷ ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଇଛି । କଳଙ୍କି ଏବଂ ସମୁଦ୍ରର ଲୁଣିଆ ପାଣି ଏହି ବ୍ରିଜର କିଛି ପରିପାରିବ ନାହିଁ । ପୁରୁଣା ସେତୁଟି କଳଙ୍କି ଲାଗିବା ଯୋଗୁଁ ୨୦୨୨ ମସିହାରେ ବନ୍ଦ କରାଯାଇଥିଲା । ଏହା ପରେ ରାମେଶ୍ୱରମ୍ ଏବଂ ମଣ୍ଡପମ୍ ମଧ୍ୟରେ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା ।
ରାମେଶ୍ୱରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ, ବିଶ୍ୱ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା । ଏହା ୫୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମିତ । ଏଥିରେ ୯୯ଟି ସ୍ପାନ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି, ଯାହା 17 ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ ।