ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତା ଏପ୍ରିଲ 22 ଓ 23ରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି । 1 ଲକ୍ଷ 70 ହଜାର ହିତାଧିକାରୀଙ୍କ ଭିତରୁ ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରାର ତୃତୀୟ କିସ୍ତି । ବିଭିନ୍ନ ଗ୍ରାଉଣ୍ଡରୁ ଏମାନେ ସୁଭଦ୍ରା କିସ୍ତି ପାଇବାରୁ ବଞ୍ଚିତ ହୋଇଥିଲେ । ଏହା ସହ ତୃତୀୟ କିସ୍ତି ପରେ ଯେଉଁ ମାନଙ୍କୁ ୨୧ ବର୍ଷ ହୋଇଯାଇଥିବ ତାଙ୍କ ପାଇଁ ପୁଣି ସୁଭଦ୍ରା ଓପନ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
ସୁଭଦ୍ରା ଯୋଜନାକୁ ନେଇ ସୂଚନା ଦେଇ
: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
କହିଛନ୍ତି, ‘ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା । ରବିବାର ସୁଦ୍ଧା ଯାହା ରିପୋର୍ଟ ଆସିଛି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଛି । ଜିଲ୍ଲା ୱାରି ସେ ଆବେଦନର ସର୍ଭେ କରାଯିବ । ଜିଲ୍ଲାରୁ ରିପୋର୍ଟ ଦେବେ ଯେଉଁମାନେ ଆବେଦନ କରିଛନ୍ତି ସେମାନେ ସଠିକ ହିତାଧିକାରୀ କି ନାହିଁ । ଆସନ୍ତା ୨୨ ଏବଂ ୨୩ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ଭିତରୁ ଯେଉଁମାନେ ଯୋଗ୍ୟ ସେମାନେ ସୁଭଦ୍ରା ଟଙ୍କା ପାଇବେ ।’
ସେହିପରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ‘ରବିବାର ଭଦ୍ରକର ୫ ଜଣ ହିତାଧିକାରୀ ଯେଉଁମାନେ ଅଯୋଗ୍ୟ ହୋଇଥିଲେ ତାଙ୍କ ସହ ଆଲୋଚନା କରିଥିଲି । ସେମାନେ ସୁଭଦ୍ରାର ପ୍ରଥମ କିସ୍ତି ପାଇଥିଲେ ସେତେବେଳେ ସେମାନେ ଠିକ ଥିଲେ । ମଝିରେ ସେମାନେ କିଛି ଲୋନ ପାଇଁ ତାଙ୍କର ଆଇଟି ରିଟର୍ଣ୍ଣ ୫ ଲକ୍ଷରୁ ଉର୍ଦ୍ଧ୍ବ ବୋଲି ଦର୍ଶାଇ ଥିବାରୁରୁ ସୁଭଦ୍ରାର ଦ୍ଵିତୀୟ କିସ୍ତି ମିଳି ନାହିଁ । ଏହା ଉପରେ ବର୍ତ୍ତମାନ ତର୍ଜମା ଚାଲିଛି । ଘରକୁ ଘର ଯାଇ ସର୍ଭେ ହେବ । କେଉଁ କ୍ୟାଟେଗୋରିରେ କିଭଳି ଅଯୋଗ୍ୟ ହୋଇଛନ୍ତି । ସେନେଇ ତର୍ଜମା ହେବ । ଯେଉଁମାନେ ଧନୀ ବର୍ଗର ଅଛନ୍ତି ସେମାନେ ବାଦ ପଡ଼ି ଯାଆନ୍ତୁ ପଛେ ଯେଉଁ ପ୍ରକୃତରେ ଯୋଗ୍ୟ ସେମାନଙ୍କୁ ନିଶ୍ଚିତ ମିଳିବ ସୁଭଦ୍ରା ଟଙ୍କା । ଅଯୋଗ୍ୟଙ୍କୁ ବିଭିନ୍ନ ବର୍ଗରେ ଭାଗ ସ୍କୁଟିନି ହେବ । ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ ।
ଏକ ଲକ୍ଷ ହିତାଧିକାରୀ ଦ୍ବିତୀୟ କିସ୍ତିରୁ ବାଦ ପଡିଛନ୍ତି । ସେଇ ଏକ ଲକ୍ଷ ମହିଳା ଏବଂ ୧ ଲକ୍ଷ ୭୦ ହଜାର ହିତାଧିକାରୀରୁ ଯେଉଁମାନେ ବାଦ ପଡ଼ିବେ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଘରକୁ ଘର ବୁଲି ସର୍ଭେ କରାଯିବ । କାହିଁକି ସେମାନେ ପ୍ରଥମ କିସ୍ତି ପରେ ଦ୍ଵିତୀୟ କିସ୍ତିରୁ ବାଦ ପଡିଛନ୍ତି । ତାପରେ ସାମୁହିକ କାର୍ଯ୍ୟକ୍ରମ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି ।