a9a0; font-size: 17px;">ୱାକଫ ବିଲ୍ ଭୋଟିଂ ଝଡ । ସମର୍ଥନ ବନାମ ବିରୋଧ । ଭୋଟିଂକୁ ନେଇ ଦଳର ସାଂସଦଙ୍କ ମଧ୍ୟରେ ଦ୍ବିମତ ଦେଖିବାକୁ ମିଳିଛି । ଗୋଟେ ପଟେ ଦିଲ୍ଲୀରୁ ଫେରିବା ପରେ ଶକ୍ତି ପ୍ରଦର୍ଶନ କରିଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାନ । ଦଳର ସୁପ୍ରିମୋଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଆଉ ଏପଟେ ଭିକେ ପାଣ୍ଡିଆନଙ୍କୁ ସାଂସଦ ଦେବାଶିଷ ସାମନ୍ତରାୟ ଟାର୍ଗେଟ କରିବା ପରେ ଦଳର ଅନ୍ୟ ସାଂସଦ ଦେବାଶିଷଙ୍କୁ ଟାର୍ଗେଟ କରିଛନ୍ତି । ଯାହାକୁ ନେଇ ରାଜନୀତି ପାରା ବଢିବାରେ ଲାଗିଛି
।ୱାକଫ ବିଲରେ ବିବେକାନୁମୋଦିତ ଭୋଟ ଦେବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଏଥିରେ କୌଣସି ଦ୍ବିମତ ନାହିଁ । ନବୀନଙ୍କ ନିଷ୍ପତ୍ତି ଅନୁସାରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଦଳର ରାଜ୍ୟସଭା ନେତା ସସ୍ମିତ ପାତ୍ର । ଏହା କହିଛନ୍ତି ବିଜେଡି ସାଂସଦ ଶୁଭାଶିଷ ଖୁଣ୍ଟିଆ । ୱାକଫ ବିଲରେ ବିବେକାନୁମୋଦିତ ଭୋଟ ନେଇ ଭିକେ ପାଣ୍ଡିଆନଙ୍କୁ ସାଂସଦ ଦେବାଶିଷ ସାମନ୍ତରାୟ ଟାର୍ଗେଟ କରିବା ପରେ ବିଜେଡି ଖେଳିଛି ନବୀନ କାର୍ଡ । ଆଉ ଏବେ ଦେବାଶିଷଙ୍କୁ ଘେରିଛନ୍ତି ପାଣ୍ଡିଆନଙ୍କ ଆନୁଗତ୍ୟ ବିଜେଡି ସାଂସଦ । ବିବେକାନୁମୋଦିତ ଭୋଟ ନବୀନଙ୍କ ନିଷ୍ପତ୍ତି କହି ପାଣ୍ଡିଆନଙ୍କୁ କ୍ଲିନଚିଟ ଦେଇଛି ଦଳ ।
ମାନସ ମଙ୍ଗରାଜ କହିଛନ୍ତି, "ପ୍ରାୟ 10 ମାସ ହେବ ଭିକେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଛନ୍ତି । ସେ କୌଣସି ରାଜନୈତିକ ବୈଠକରେ ସାମିଲ ହେଉନାହାନ୍ତି । ହେଲେ ଓ୍ୱାକଫ ବିଲକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ବୟାନ ଦୁର୍ଭାଗ୍ୟଜନକ ।"