ଭୁବନେଶ୍ବର: ବିଜେଡିରେ ପାଣ୍ଡିଆନ ଝଡ୍ ପରେ ଶେଷରେ ମୁହଁ ଖୋଲିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି କହି ପ୍ରଶଂସା କରିଛନ୍ତି ନବୀନ । ସେ ଗତ 10 ମାସ ତଳେ ବିଜେଡି ଛାଡି ସାରିଛନ୍ତି । ସେ ବର୍ତ୍ତମାନ ଦଳର କୌଣସି କାର୍ଯ୍ୟରେ ସଂଶ୍ଲିଷ୍ଟ ନାହାନ୍ତି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ।

ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିବା ପୂର୍ବତନ ବିଧାୟକ ତଥା ବିଜେଡିର ବହିଷ୍କୃତ ନେତା ପ୍ରଭାତୀ ତ୍ରିପାଠୀ କଡା ସମାଲୋଚନା କରିଛନ୍ତି ନବୀନ । ନବୀନ କହିଛନ୍ତି, ‘ ଚିଟ୍‌ଫଣ୍ଡ ମାମଲାରେ ଜେଲରେ ଥିବା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ କିଛି ବର୍ଷ ତଳେ ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି । ମୁଁ ପୁଣି ଥରେ କହିବାକୁ ଚାହେଁ ସେ ଆମ ଦଳରେ ନାହାନ୍ତି ।’

e="font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ସୂଚନା ଥାଉକି, ୱାକଫ ବିଲ୍‌ ଭୋଟିଂକୁ ନେଇ ବିଜେଡି ମଧ୍ୟରେ ଫାଟ ହୋଇଛି । ଲଗାତାର କିଛି ଦିନ ଧରି ବିଜେଡିର ନେତା ଓ ସାଂସଦ ଭିକେ ପାଣ୍ଡିଆନକୁ ନେଇ ମୁହାଁମୁହିଁ ହୋଇଛନ୍ତି । କିଛି ନେତା ପାଣ୍ଡିଆନଙ୍କ ସପକ୍ଷରେ କହୁଥିବା ବେଳେ ଆଉ କିଛି ତାଙ୍କୁ ବିଷୋଦଗାର କରିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ତୁମ୍ଭିତୋଫାନ ପରେ ଶେଷରେ ଏ ପ୍ରସଙ୍ଗରେ ମୁହଁ ଖୋଲି ପାଣ୍ଡିଆନଙ୍କୁ ପ୍ରଶଂସା କରିଛନ୍ତି ନବୀନ ।

ଖବର ସରବରାହ ସଂସ୍ଥାକୁ ପ୍ରତିକ୍ରିୟା ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି, "ଦଳୀୟ ନେତାଙ୍କ ଦ୍ଵାରା ବିଭିନ୍ନ ହୋଟେଲରେ ହେଉଥିବା ବୈଠକକୁ ମୁଁ ନାପସନ୍ଦ କରୁଛି । ବିଜେଡିର ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ବଡ଼ ବିଲ୍ଡିଂ । ସେଠାରେ ବୈଠକ କରିବା ଲାଗି ସେମାନଙ୍କୁ ପରାମର୍ଶ ଦିଆଯାଇଛି ।

0 Comments