ଭୁବନେଶ୍ବର: ଆଗାମୀ 24 ଘଣ୍ଟା ମଧ୍ୟରେ ଦୁର୍ବଳ ହେବ କେନ୍ଦ୍ରୀୟ ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ଦୁର୍ବଳ ହେଲେ ବି ଏହାର ପ୍ରଭାବରେ ଓଡ଼ିଶାରେ ଆଗାମୀ ୭ ଦିନ ଯାଏଁ ବର୍ଷା ଘଡ
ଘଡି ବିଜୁଳି ସହ ପବନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟାରେ ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାର ୧୭ ଜିଲ୍ଲାର ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଗୋଟିଏ କିମ୍ବା ଦୁଇଟିଟି ସ୍ଥାନରେ ସମ୍ଭାବନା ଦେଇଛି ବିଭାଗ । ଏହାସହ ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେରେ ପବନ ବହିବା ସମ୍ଭାବନା ରହିଛି ।
ସେହିପରି ଆସନ୍ତାକାଲି ପାଇଁ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ସେଥିରୁ ୧୯ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । କନ୍ଧମାଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଏବଂ ରାୟଗଡ଼ା ଏହି ୬ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ।
ଏପ୍ରିଲ ୧୧ ତାରିଖରେ ୧୬ ଜିଲ୍ଲାରେ ବର୍ଷା ସହ ୩୦ ରୁ ୪୦ କିମି ବେଗରେ ପବନ ବହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ।
ସେହିପରି ଏପ୍ରିଲ ୧୨ରେ କେନ୍ଦୁଝର ଓ ମୟୂରଭଞ୍ଜରେ ହାଲୁକା ବର୍ଷା ସହ ୧୩ ତାରିଖରେ କୌଣସି ୱାର୍ଣ୍ଣିଂ ନଥିବା ବେଳେ ରାଜ୍ୟର କିଛି କିଛି ଅଂଶରେ ଲଘୁଚାପ ପ୍ରଭାବ ଜନିତ ବର୍ଷା ଦେଖିବାକୁ ମିଳିବ। ଆସନ୍ତା ୧୫ ତାରିଖ ଯାଏ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଆଗାମୀ ୫ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ବିଭାଗ ପୂର୍ବାନୁମାନ କରିଛି ।