୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ପାକିସ୍ତାନୀ ବଂଶୋଦ୍ଭବ କାନାଡିଆନ-ଆମେରିକୀୟ ତହୱୁର ହୁସେନ ରାଣାକୁ ଆମେରିକା ଦ୍ୱାରା ପ୍ରତ୍ୟର୍ପଣ କରାଯାଇଛି। ୨୦୦୮ ମସିହାରେ ୧୬୬ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆକ୍ରମଣର ୧୭ ବର୍ଷ ପରେ ଗୁରୁବାର (୧୦ ଏପ୍ରିଲ୍, ୨୦୨୫) ଭାରତରେ ରାଣା ବିଚାରର ସମ୍ମୁଖୀନ ହେବବୋଲି ଆଶା କରାଯାଉଛି।

ତଦନ୍ତରେ ଜଡିତ ଅଧିକାରୀ ଏବଂ କୂଟନୈତିକ ସୂତ୍ରଗୁଡ଼ିକ ନିଶ୍ଚିତ କରିଛନ୍ତି ଯେ, ଆମେରିକା କର୍ତ୍ତୃପକ୍ଷ ମଙ୍ଗଳବାର ରାତିରେ କାଲିଫର୍ନିଆରେ (ବୁଧବାର ସକାଳ IST) 64 ବର୍ଷୀୟ ତହାୱୁର ରାଣାକୁ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)ର ଏକ ସ୍ୱତନ୍ତ୍ର ଦଳକୁ ହସ୍ତାନ୍ତର କରିଛନ୍ତି। ଯେଉଁମାନେ ତାକୁ ଭାରତ ଫେରାଇ ଆଣିବା ପାଇଁ ଏକ ଭାରତୀୟ ବିମାନରେ ଆମେରିକା ଯାତ୍ରା କରିଥିଲେ। ସୂତ୍ରଗୁଡ଼ିକ କହିଛନ୍ତି ଯେ, ରାଣାକୁ ହେପାଜତକୁ ସ୍ଥାନାନ୍ତର କରାଯିବ ଏବଂ ବିଚାର ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବିମାନଟି ପ୍ରଥମେ ଜାତୀୟ ରାଜଧାନୀ ଦିଲ୍ଲୀରେ ଅବତରଣ କରିବାର ସମ୍ଭାବନା ଅଛି।

ସୋମବାର ଦିନ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜନ୍ ରବର୍ଟସ୍, ରାଣାର ରିଭ୍ୟୁ ପିଟିସନକୁ ଖାରଜ କରିଦେଇଥିଲେ, ଯାହା ପ୍ରତ୍ୟର୍ପଣ ବିରୁଦ୍ଧରେ ତାର ଶେଷ ଆବେଦନ ଥିଲା। "ମୁଖ୍ୟ ବିଚାରପତିଙ୍କ ନିକଟକୁ ସ୍ଥଗିତାଦେଶ ପାଇଁ ଆବେଦନକୁ ଖାରଜ କରାଯାଇଛି", ଏକ ଧାଡି ଆଦେଶରେ ଲେଖାଯାଇଥିଲା। ଗତ ଫେବୃଆରୀ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଣାର ପ୍ରତ୍ୟର୍ପଣ ନିଷ୍ପତ୍ତି ଘୋଷଣା କରିଥିଲେ।

ଭାରତକୁ ପ୍ରତ୍ୟର୍ପଣ ହେବା ପଥ ଏବେ ପ୍ରାୟ ସ୍ପଷ୍ଟ। ଏହି ନିଷ୍ପତ୍ତି କେବଳ ମୁମ୍ବାଇ ଆକ୍ରମଣର ପୀଡ଼ିତଙ୍କୁ ନ୍ୟାୟ ପାଇଁ ଏକ ପଦକ୍ଷେପ ନୁହେଁ ବରଂ ଡଜନ ଡଜନ କୁଖ୍ୟାତ ପଳାତକଙ୍କ ପାଇଁ ଏକ ଚେତାବନୀ, ଯେଉଁମାନଙ୍କୁ ଭାରତ ବର୍ଷ ବର୍ଷ ଧରି ବିଶ୍ୱର ବିଭିନ୍ନ କୋଣରୁ ଫେରାଇ ଆଣିବାକୁ ଚେଷ୍ଟା କରିଆସୁଛି। ବିଜୟ ମାଲ୍ୟାଙ୍କଠାରୁ ନୀରବ ମୋଦି, ଦାଉଦ୍ ଠାରୁ ଅନମୋଲ ବିଷ୍ନୋଇ ପର୍ଯ୍ୟନ୍ତ, ତାଲିକା ବହୁତ ଲମ୍ବା।

0 Comments