ରାଜେନ୍ଦ୍ର ଦାସ (ଆନନ୍ଦପୁର ) ପରମ୍ପରାକୁ ଉଜ୍ବିବୀତ ରଖିବାକୁ ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ଗାୟତ୍ରୀ ପରିବାର ଅଳତି ପକ୍ଷରୁ ବ୍ଲକ ସ୍ତରୀୟ ମୂରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଂଯୋଜକ ପ୍ରମୋଦକୁମାର ବରାଳଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ମା'କଲ୍ଯାଣ ମଣ୍ତପ,ଅଳତି ଠାରେ ଅନୁଷ୍ଠିତ ମୂରୁଜ ପ୍ରତିଯୋଗିତାରେ ୪୦ ରୁ ଉର୍ଦ୍ଧ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ମୂଖ୍ଯ ଅତିଥି ଭାବେ ବସନ୍ତ ମଞ୍ଜରୀ ଫାଉଣ୍ତେସନର ପ୍ରତିଷ୍ଠାତା ତଥା ସମାଜସେବୀ ରତିକାନ୍ତ ବରାଳ,ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଗାୟତ୍ରୀ ସାଧକ ଅମେରେଶ ପାତ୍ର,ସ୍ଥାନିୟ ସରପଞ୍ଚ ପ୍ରିୟବ୍ରତ ବରାଳ, ଆନନ୍ଦପୁର ଓକିଲ ସଂଘ ସଭାପତି ଦୟାନିଧି ଦାସ,ପ୍ରମୂଖ ଯୋଗଦେଇ କାର୍ଯ୍ଯକ୍ରମକୁ ଶୁଭାରମ୍ଭ କରିଥିଲେ। ପ୍ରତିଯୋଗୀ ମାନେ ମୋ ଅଗଣାରେ ତୁଳସୀ ଚଉଁରା ଶିର୍ଷକ ରଙ୍ଗୋଲି ଆଙ୍କି ଓଡିଆ ସଂସ୍କୃତିର ପ୍ରତିକକୁ ଉଜ୍ବିବିତ ରଖିବାକୁ ପ୍ରୟାସ କରିଥିଲେ । ଇତି ଅବସରରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ବିଜୟ କୁମାର ସିଂହ ଉପସ୍ଥିତ ରହି ପ୍ରତିଯୋଗି ମାନଙ୍କୁ
ଉତ୍ସାହିତ କରିଥିଲେ। ୪୦ ଜଣ ପ୍ରତିଯୋଗିଙ୍କ ମଧ୍ଯରୁ ଜ୍ଯୋସ୍ନାମୟୀ ଓଝା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଂଜନା ସାମଲ ଦ୍ବିତୀୟ ଏବଂ ସିପ୍ରାବେନ ସାହୁ ତୃତୀୟ ସ୍ଥାନରେ ରହି ପୁରସ୍କୃତ ହୋଇଛନ୍ତି। ସେହିପରୀ ଶାନ୍ତ୍ବନା ମୂଳକ ପୁରସ୍କାର ସ୍ବରୁପ ଭାଗ୍ଯଲକ୍ଷ୍ମୀ ଓଝା,ଆରତୀ ଭୂୟାଁ,ଜ୍ଯୋସ୍ନାମୟୀ ଜେନା,ପ୍ରଣତୀ ସାହୁ,ମନିଷା ଓଝା,ସେଲି ସାହୁ,ବର୍ଷା ପଟ୍ଟନାୟକ,ସୁରତୀ ମହାଳିକ ଙ୍କୁ ମାନପତ୍ର ସହ ଶାଢୀ ଉପହାର ପ୍ରଦାନ କରାଯାଇଥିଲା। ପରେ ରୋଙ୍ଗାଲି ରେ ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ କରାଯାଇଥିଲା।ବିଚାରକ ଭାବେ ବରିଷ୍ଠ ସ୍ଥପତି ହରେକୃଷ୍ଣ ମହାରଣା,ପ୍ରମୋଦ କୁମାର ବରାଳ, ପତିତପାବନ କଲେଜର ଇଁରାଜୀ ଅଧ୍ଯାପିକା ସବିତାରାଣୀ ମିଶ୍ର କାର୍ଯ୍ଯ ସମ୍ପାଦନ କରିଥିଲେ। ମଞ୍ଚ ପରିଚାଳନାରେ ଗାୟତ୍ରୀ ପରିବାର ପକ୍ଷରୁ ବିଷ୍ଣୁନାରାୟଣ ସାମଲ ,ଗତିକୃଷ୍ଣ ଭୂୟାଁ,ପ୍ରଶନ୍ନକୁମାର ନାୟକ,ରବିନ୍ଦ୍ର କୁମାର ନାୟକ,ନରେନ୍ଦ୍ର ନାୟକ,ଜଗବଂନ୍ଧୁ ମହାରଣା,ଦିପକକୁମାର ଭୂୟାଁ, ସତ୍ଯବ୍ରତ ରାଉଳ,ପ୍ରଭାସ ମଞ୍ଜରୀ ପୁହାଣ,ମହେଶ୍ବର ନାୟକ ପ୍ରମୂଖ ସକ୍ରିୟ ସହଯୋଗ କରିଥିଲେ।