Noto_Sans_Fallback_8df048; font-size: 20px;">ଲେହ ଲଦାଖ ହିଂସା ପ୍ରଦର୍ଶନ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ । ବନ୍ଧା ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ । ଲଦାଖକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ ଦାବିରେ ହିଂସା ଉତ୍ତେଜନା ଲାଗି ରହିଛି । ଯେଉଁଥିରେ 4 ଜଣ ମୃତ୍ୟୁ ହୋଇଥିବା ବେଳେ 90ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି ।
ଲଦାଖକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଓ ସମ୍ବିଧାନର ଷଷ୍ଠ ଅନୁସୂଚୀରେ ଅନ୍ତର୍ଭୁକ୍ତ କରିବା ପାଇଁ ଗତ କିଛି ଦିନ ହେଲା ଲଦାଖରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ହିଂସାକାଣ୍ଡରେ 4 ଜଣ ପ୍ରାଣ ହରାଇବା ସହ ପ୍ରାୟ 90ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଛି । ଏହି ହିଂସା ପାଇଁ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କୁ ଦାୟୀ କରିଥିଲେ କେନ୍ଦ୍ର ସରକାର । ତେବେ ଆଜି(ଶୁକ୍ରବାର) ତାଙ୍କୁ ଗିରଫ କରାଯାଇଛି ।
ଲଦାଖରେ ଉତ୍ତେଜନା ପରେ କେନ୍ଦ୍ର ସରକାର ଗତ ଗୁରୁବାର ସାମାଜିକ କର୍ମୀ ସୋନମ ୱାଙ୍ଗଚୁକଙ୍କ ଏନଜିଓ (ଷ୍ଟୁଡେଣ୍ଡ ଏଜୁକେସନ ଆଣ୍ଡ କଲଚରାଲ ଅଫ୍ ଲଦାଖ SECMOL)କୁ ମିଳୁଥିବା ବିଦେଶୀ ଫଣ୍ଡ ଲାଇସେନ୍ସ ରଦ୍ଦ କରିଥିଲେ । ଲେହ ପୋଲିସ ଏହି ଉତ୍ତେଜନା ହିଂସା ଘଟଣାରେ ଅନେକ ମାମଲା ରୁଜୁ କରିଛି । ଏଥିସହ ହିଂସାକୁ ଉସକାଉଥିବା ଅଭିଯୋଗରେ 50ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି । ଆନ୍ଦୋଳନକାରୀମାନେ ବିଜେପି କାର୍ଯ୍ୟାଳୟ ସମେତ ଅନେକ ସରକାରୀ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ ।