ate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 18px;">ନୂଆଦିଲ୍ଲୀ: ଦିଲ୍ଲୀ ବୋମା ବିସ୍ଫୋରଣରେ ଆହତଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁଟାନରୁ ଫେରିବା ମାତ୍ରେ ସେ ସିଧାସଳଖ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ଗସ୍ତ କରିଛନ୍ତି । ସେଠାରେ ଆହତଙ୍କୁ ଭେଟିବା ସହ ସେମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଆଉମଧ୍ୟ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଡାକ୍ତରଙ୍କ ସହ କଥା ହୋଇଛନ୍ତି ।

ନଭେମ୍ବର 11ରେ ଭୁଟାନ ଗସ୍ତରେ ଯାଇଥିଲେ ମୋଦି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ଭୁଟାନର ଚତୁର୍ଥ ତଥା ପୂର୍ବତନ ରାଜା ଜିଗମେ ସିଙ୍ଗେ ଓ୍ୱାଙ୍ଗଚୁକଙ୍କୁ ଭେଟିଥିଲେ । ଭାରତ ଓ ଭୁଟାନ ମଧ୍ୟରେ ଥିବା ସମ୍ପର୍କକୁ ସୁଦୃଢ କରିବା ପାଇଁ ବର୍ଷ ବର୍ଷ ଧରି ତାଙ୍କର ବ୍ୟାପକ ପ୍ରୟାସକୁ ମୋଦି ପ୍ରଂଶସା କରିଥିଲେ । ଶକ୍ତି, ବାଣିଜ୍ୟ, ପ୍ରଯୁକ୍ତି ବିଦ୍ୟା ଏବଂ ସଂଯୋଗୀକରଣ କ୍ଷେତ୍ରରେ ସହଯୋଗ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହାପୂର୍ବରୁ ସେ କାଳଚକ୍ର ଏମପାଓ୍ବାରମେଣ୍ଟ ସେରିମନିରେ ଯୋଗ ଦେଇଥିଲେ । ଆଜି ଭୁଟାନରୁ ଫେରିବା ପରେ ହସ୍ପିଟାଲ ଗସ୍ତ କରିଛନ୍ତି ମୋଦି ।

0 Comments