ପାଟନା (ବିହାର): ବିହାରରେ ଏନଡିଏର ବଡ ବିଜୟ । ବହୁମତ ହାସଲ କରି ପୁଣି ସରକାର ଗଢ଼ିବାକୁ ଯାଉଛି NDA । ବିହାରରେ ପୁଣି ନୀତିଶ ସରକାର । ଫେଲ ମାରିଛି ମହାଗଠବନ୍ଧନ । ଏକଜାଟ ହୋଇଛି ଏକଜିଟ ପୋଲ । ଆରମ୍ଭ ହୋଇଯାଇଛି ବିଜେପିର ସେଲିବ୍ରେସନ । 243 ବିଶିଷ୍ଟ ଆସନରୁ 200ରୁ ଅଧିକ ଆସନରେ ବିଜୟ ହାସଲ କରି ସରକାର ଗଢିବାକୁ ଯାଉଛି ମେଣ୍ଟ । ନିଜ ନିର୍ବାଚନ ମଣ୍ଡଳୀରୁ ନୀତିଶ କୁମାର ଓ ତେଜସ୍ୱୀ ଯାଦବ ଉଭୟ ବିଜୟ ଲାଭ କରିଛନ୍ତି ।

ବିହାର ନିର୍ବାଚନ ଫଳାଫଳ 2025: ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (NDA) 2025 ବିହାର ବିଧାନସଭା ନିର୍ବାଚନରେ ​​203ଟି ଆସନ ଜିତି କ୍ଲିନ ସ୍ୱିପ୍ କରିଛି । ସଂଖ୍ୟାଗରିଷ୍ଠତା 122 ଠାରୁ ଢେର ଅଧିକ ରହିଛି ଆସନ ବିଜୟ ସଂଖ୍ୟା । NDA ଦଳରେ ବିଜେପି ମୋଟ 89ଟି ଆସନରେ ବିଜୟୀ ହୋଇଛି, ନୀତିଶ କୁମାରଙ୍କ JDU (85) ଏବଂ ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (19) ଜିତିଛି । ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାଗଠବନ୍ଧନ ମାତ୍ର 34ଟି ଆସନ ଜ

ତି ବହୁ ପଛରେ ପଡିଛି । ତେଜସ୍ୱୀଙ୍କ ଦଳ, RJD, MGB ମଧ୍ୟରୁ ଏକାକି ଦୁଇ ଅଙ୍କ ଛୁଇଁଛି । 2010 ପରେ 2025 ବିଧାନସଭା ନିର୍ବାଚନ RJDର ଦ୍ୱିତୀୟ ସବୁଠାରୁ ଖରାପ ପ୍ରଦର୍ଶନ । 2010ରେ ଆରଜେଡି ମାତ୍ର 22ଟି ଆସନ ଜିତିଥିଲା ।

ବହୁମତ ବିଜୟ ହାସଲ ପରେ ବିହାରରେ ବିଜେପିର ସେଲିବ୍ରେସନ । ନୂଆଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକର୍ତ୍ତାମାନଙ୍କୁ ସମ୍ବୋଧନ କରିଛନ୍ତି । ବିହାରରେ ବମ୍ପର ଜିତ ହାସଲକୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, "ଆମେ ପରିଶ୍ରମ କରିଛୁ ଏବଂ ଜନତାଙ୍କ ମନ ଚୋରି କରିଛୁ । ବିହାରରେ ପୁଣିଥରେ ଏନଡିଏ ସରକାର । ବିହାରର ଲୋକମାନେ ସମୃଦ୍ଧ ବିହାର ପାଇଁ ମତଦାନ କରିଛନ୍ତି । ମୁଁ ବିହାର ଜନତାଙ୍କୁ ରେକର୍ଡ ଭୋଟିଂ କରିବାକୁ ନିବେଦନ କରିଥିଲି । ହେଲେ ସେମାନେ ସବୁ ରେକର୍ଡ ହିଁ ଭାଙ୍ଗିଦେଲେ ।


0 Comments