ପାଟନା (ବିହାର): କାହାର ହେବ

saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_8df048, __Noto_Sans_Fallback_8df048; font-size: 20px;"> ବିହାର, କିଏ ମାରିବ ବାଜି ? କେଉଁଦଳ ଗଢ଼ିବ ସରକାର ? କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ? ରାତି ପାହିଲେ ସ୍ପଷ୍ଟ ହେବ ବିହାର ଚିତ୍ର । କାରଣ ଆସନ୍ତାକାଲି ବିହାର ନିର୍ବାଚନର ଭୋଟ ଗଣତି । ନିର୍ବାଚନ ପରେ ଏବେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଚଲାଇଛନ୍ତି ନିର୍ବାଚନ କମିଶନ । ଏକଜିଟ ପୋଲ ରେଜଲ୍ଟ ଆସି ସାରିଥିବା ବେଳେ ଏବେ ଏକଜାଟ ପୋଲ ଉପରେ ସମସ୍ତଙ୍କ ନଜର ।

ଆସନ୍ତାକାଲି (ଶୁକ୍ରବାର) ବିହାରର 243 ବିଧାନସଭା ଆସନ ପାଇଁ ଭୋଟ ଗଣତି ହେବ । ଭୋଟ ଗଣତି ସକାଳ 8ଟାରୁ ଆରମ୍ଭ ହେବ । ଭୋଟ ଗଣତି ପାଇଁ 38 ଜିଲ୍ଲାରେ 46 ମତଗଣନା କେନ୍ଦ୍ର କରାଯାଇଛି । ପ୍ରତ୍ୟେକ ବିଧାନସଭା ଆସନରେ 14ଟି ଟେବୁଲରେ ଭୋଟ ଗଣତି ପାଇଁ ବ୍ୟବସ୍ଥା ହୋଇଛି ।

ଭାରତୀୟ ନିର୍ବାଚନ ଆୟୋଗ (ECI)ଙ୍କ ନିର୍ଦ୍ଦେଶକ୍ରମେ ମତଗଣନା କେନ୍ଦ୍ରରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 60 କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ ଫୋର୍ସ (CAPF) ବିହାର ସ୍ପେଶାଲ ଆର୍ମଡ୍‌ ପୋର୍ସ (BSAP) ଓ ଜିଲ୍ଲା ସଶସ୍ତ୍ର ବାହିନୀ ପୋଲିସ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି ।

ସାଧାରଣତଃ ଗୋଟିଏ ଜିଲ୍ଲା ମଧ୍ୟରେ ଥିବା ସମସ୍ତ ବିଧାନସଭା ଆସନର ଭୋଟ ଗଣତି ପାଇଁ ଜିଲ୍ଲା ମୁଖ୍ୟାଳୟରେ ମତଗଣନା କେନ୍ଦ୍ର ହୋଇଥାଏ । କିନ୍ତୁ ନିର୍ବାଚନ କମିଶନ ବିହାରର କିଛି ଜିଲ୍ଲା ଏକରୁ ଅଧିକ ମତଗଣନା କେନ୍ଦ୍ର କରିଛନ୍ତି । ଭୌଗୋଳିକ କାରଣରୁ, ଭୋଟରଙ୍କ ସଂଖ୍ୟା ଏବଂ ବିଧାନସଭା ନିର୍ବାଚନମଣ୍ଡଳୀ ସଂଖ୍ୟା ଦୃଷ୍ଟିରୁ କିଛି ଜିଲ୍ଲାରେ ଏକରୁ ଅଧିକ ମତଗଣନା କେନ୍ଦ୍ର କରାଯାଇଛି । ତେଣୁ ବିହାରରେ 46 ମତଗଣନା କେନ୍ଦ୍ର କରାଯାଇଛି । ଭୋଟ ଗଣନା ସକାଳ 8ଟାରେ ଆରମ୍ଭ ହେବ ଏବଂ ପ୍ରଥମରୁ ପୋଷ୍ଟାଲ୍ ବାଲଟ୍ ଗଣତି ଆରମ୍ଭ ହେବ ।

ବିହାର ନିର୍ବାଚନ ନଭେମ୍ବର 6 ଏବଂ 11 ତାରିଖରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ 67.14 ପ୍ରତିଶତ ମତଦାନ ହୋଇଛି ।

0 Comments