ଭୁବନେଶ୍ବର: ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ କୁମାର ସିଂହ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ସେ ସପ୍ତାହେ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ।

ବିଜେପିରେ ଯୋଗ ଦେବା ପରେ ପ୍ରଭାସ ସିଂହ  ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ବିଜେଡିରେ ଆଉ ପୂର୍ବଭଳି ନୀତି, ଆଦର୍ଶ ନାହିଁ। ଓଡ଼ିଶାରେ ପରିବର୍ତ୍

ନ ପବନ ବହିଲାଣି।  ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ ଡବଲ ଇଞ୍ଜିନ ସରକାର ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେ ସବୁ ଯୋଜନା କରିଛନ୍ତି, ସେଥିରୁ କିଛି ଏବେବି ସେଠାରେ ଲାଗୁ ହେବାକୁ ବାକି ରହିଛି।

୨୦୧୪ରେ ବିଜେଡି ଟିକେଟରେ ବରଗଡ଼ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରଭାସ ସିଂହ୨୦୧୯ରେ ଟିକେଟ ଆଶାୟୀ ଥିଲେ। କିନ୍ତୁ ଦଳ ତାଙ୍କ ବଦଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦେଇଥିଲା। ଏଥର ଟିକେଟ ପରିଣୀତା ମିଶ୍ରଙ୍କୁ ଟିକେଟ ଦେଲାପରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ।

0 Comments