ଭୁବନେଶ୍ବର/ବରଗଡ଼: ଜନତାଙ୍କ ସରକାର ଆଗାମୀ ବଜେଟ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ। ଏଥିପାଇଁ ଖୁବଶୀଘ୍ର ଏକ ୱେବସାଇଟ ଖୋଲାଯିବ। ମୁଁ ସାଧାରଣ ପରିବାରରୁ ଆସିଛି। ମୋ ସରକାର ଜନତାଙ୍କ ସରକାର। ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ। ବରଗଡ଼ରେ ଏକ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏହା କହିଛନ୍ତି।

କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରି କହିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି କୃଷକମାନଙ୍କର ପ୍ରକୃତ ବନ୍ଧୁ। ଚାଷୀମାନଙ୍କୁ ସବୁ ସହାୟତା ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାରେ ପହଞ୍ଚୁଛି। ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା କୃଷକମାନଙ୍କ ପାଇଁ ବିକାଶର ରାସ୍ତା ଖୋଲିଛି। ସେ କହିଲେ ଯେ ଆଜି ପି.ଏମ.କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତିରେ ଆଜି କୃଷକ ମାନେ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ପାଇଲେ। ଓଡ଼ିଶାର ୩୧ ଲକ୍ଷ ୬୨ ହଜାର ଚାଷୀ ସମୁଦାୟ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଲେ। ଏଥିପାଇଁ ସେ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀ ମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଥିଲେ। ସେ ପୁଣି କହିଲେ  ଯେ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଏକ କୃଷକ କଲ୍ୟାଣକାରୀ ପ୍ରଗତିଶୀଳ ତଥା କୃଷକଙ୍କୁ ମୁଖ୍ୟ ସ୍ରୋତରେ ସମ୍ମିଳିତ କରିବା ଭଳି ଯୋଜନା । କୃଷକର ବିକାଶ ଏବଂ ଦାରିଦ୍ର୍ୟତା ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୋଦୀ ସରକାର ଫେବ୍ରୁଆରି ୨୦୧୯ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ।

ଦେଲେନାହିଁ। ବରଂ କଟନି ଛଟନି ଆରମ୍ଭ କଲେ। ମୋ ସରକାର ଜନତାଙ୍କ ସରକାର।  ସାଧାରଣ ଲୋକଙ୍କ ପାଇଁ ଆମର ସବୁ ପ୍ରତିଶୃତି ପୂରଣ ହେବ। ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଏବଂ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଆମ ରାଜ୍ୟ ସରକାର ଆଗାମୀ ଦିନରେ ଆହୁରି ଅନେକ କୃଷକଙ୍କ ପାଇଁ କେନ୍ଦ୍ର ସ
ରକାର କରିଥିବା ବିକାଶମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମ ରାଜ୍ୟରେ ଲାଗୁ କରିବାକୁ ଯୋଜନା ରଖିଛନ୍ତି। ସେ କହିଥିଲେ ଯେ ମୁଁ ଚାହୁଁଛି ଯେ କୌଣସି ଯୋଗ୍ୟ କୃଷକ ଏହି ଯୋଜନା ଅଧୀନରେ ଲାଭ ପାଇବାରୁ ବଞ୍ଚିତ ହେବେ ନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ସବୁ ବଞ୍ଚିତ ଯୋଗ୍ୟ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଆଗାମୀ କିସ୍ତିରେ ଆପଣମାନେ ଏହାର ସୁଫଳ ପାଇବେ।

 

ସେ କହିଥିଲେ ଯେ କୃଷକମାନେ ଆମର ଅନ୍ନ ଦାତା, ଆମର ବନ୍ଧୁ। ମୋ ରାଜ୍ୟ ଓଡିଶାର ଜନସଂଖ୍ୟାର ୭୦ ଭାଗ ହେଉଛନ୍ତି କୃଷକ ପରିବାରର ଲୋକ। ମୁଁ ମଧ୍ୟ ଏକ ସାଧାରଣ ପରିବାରରୁ ଆସିଛି। ସାଧାରଣ ଲୋକଙ୍କ ସମସ୍ୟା ମୁଁ ଜାଣିଛି ବୋଲି ସେ କହିଥିଲେ। ଆଗାମୀ ବଜେଟରେ ଆମେ ସାଧାରଣ ଲୋକଙ୍କ ମତାମତକୁ ସ୍ଥାନ ଦେବୁ। ଏଥିପାଇଁ ଖୁବଶୀଘ୍ର ଏକ ୱେବସାଇଟ ଖୋଲାଯିବ। ଆପଣଙ୍କ ମତ ଅନୁଯାୟୀ ବଜେଟ ପ୍ରସ୍ତୁତ କରାଯିବ।  ସେ ପୁଣି କହିଥିଲେ ଯେ ମୋ ସରକାର ଜନତାଙ୍କ ସରକାର, ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ। ଗତ ୨୪ ବର୍ଷ ଧରି ଆପଣ ଆପଣଙ୍କ ସରକାରଙ୍କୁ ପାଖରେ ପାଉ ନ ଥିଲେ ବୋଲି ସେ କହିଥିଲେ।

 

ମୋ ସରକାର ହେଉଛି ଗରିବ ଓ କୃଷକର ସରକାର। ତେଣୁ ରାଜ୍ୟରେ କୃଷି ଓ କୃଷକର ଭବିଷ୍ୟତ ପାଇଁ ମୋ ସରକାର ପ୍ରତିଶୃତିବଦ୍ଧ।  ସମସ୍ତ କୃଷକ ଭାଇ ଓ ଭଉଣୀ ମାନେ ପିଏମ କିଷାନର ଏହି ସହାୟତା ରାଶିକୁ ଖରିଫ ଚାଷ କାମରେ ଉପଯୋଗ କରି ଲାଭବାନ ହୋଇପାରିବେ ବୋଲି ସେ ଆଶାପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡତିଆ, ବରଗଡ ବିଧାୟକ ଅଶ୍ବନୀ ଷଡଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

0 Comments