ବରଗଡ଼/ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ହୋଇଛି ଖରିଫ ଋତୁର ଧାନ ସଂଗ୍ରହ ପ୍ରକ୍ରିୟା । ପ୍ରଥମେ ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାକୁୁ ଶୁଭାରମ୍ଭ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଜିଲ୍ଲାର କଳାପାଣି, ଅତାବିରା ଓ ଗୋଡଭାଗା ମାର୍କେଟ ୟାର୍ଡରୁ ଧାନ କିଣା ପ୍ରକ୍ରିୟା ଶୁଭାରମ୍ଭ ହୋଇଛି । ତେବେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଚାଷୀଙ୍କ ସହ ଆଲୋଚନା ନକରି ଫେରି ଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଆଜି ବରଗଡ଼ରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପୂଜାର୍ଚ୍ଚନା କରି ଧାନ କିଣା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଧାନ ସଂଗ୍ରହ ପ୍ରକ୍ରିୟାର ଉଦଘାଟନ ସମାରୋହରେ ମଣ୍ଡିକୁ ଧାନ ଆସିଲା, ମନ୍ତ୍ରୀଙ୍କ ଦ୍ଵାରା କିଣା ବିକା ପ୍ରକ୍ରିୟାର ଶୁଭାରମ୍ଭ ମଧ୍ୟ ହେଲା । କିନ୍ତୁ ବହୁ ଚାଷୀଙ୍କ ଟୋକନ ଆସି ନଥିବା ଅଭିଯୋଗ ହୋଇଛି । ଧାନ କିଣା ବିକା ପ୍ରକ୍ରିୟାର ପ୍ରଥମ ଦିନରୁ ହିଁ ଦ୍ଵନ୍ଦରେ ଚାଷୀ
ଏହି ଅବସରରେ ମନ୍ତ୍ରୀ
n-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">କୃଷ୍ଣଚନ୍ଦ୍ର ପାତ୍ର
କହିଛନ୍ତି "ଆଜି ଆନୁଷ୍ଠାନିକ ଭାବେ ବରଗଡ଼ ଜିଲ୍ଲାର ୩ଟି ଧାନମଣ୍ଡିକୁ ମୁଁ ଶୁଭାରମ୍ଭ କରିଛି । କୃଷକମାନେ ମଣ୍ଡିକୁ ଧାନ ଆଣିଛନ୍ତି । କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ । ଧାନ ସଂଗ୍ରହ ପ୍ରକ୍ରିୟା ବରଗଡ଼ରୁ ଆରମ୍ଭ ହୋଇଛି । କାରଣ ବରଗଡ଼ ଓଡ଼ିଶାର ଭାତହାଣ୍ଡି । ଏଠାର କୃଷକମାନେ ପରିଶ୍ରମୀ । ଦଲାଲ ମୁକ୍ତ ଧାନ କିଣା ହେବ । କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିାଯାଇଛି । ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନକୁ ସରକାର ସୁନିଶ୍ଚିତ କରୁଛନ୍ତି । ଚାଷୀମାନଙ୍କ ଟୋକନ ବ୍ୟବସ୍ଥା ହୋଇଯିବ । ସେମାନଙ୍କୁ ଉଚିତ ମୂଲ୍ୟ ମିଳିବ ।"
ଆଜିର ଧାନ ମଣ୍ଡି ଶୁଭାରମ୍ଭ ବେଳେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ବରଗଡ଼ ବିଧାୟକ ଅଶ୍ଵିନୀ କୁମାର ଷଡଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଏବଂ ବରଗଡ଼ ସାଂସଦ ପ୍ରତିନିଧି ଭାବେ ଶୁରେଶ୍ୱର ସତପଥୀଙ୍କ ସମେତ ଜିଲ୍ଲାପାଳ ଆଦିତ୍ୟ ଗୋୟାଲ, ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ଆରଏମସି କର୍ମକର୍ତ୍ତା, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ଜିଲ୍ଲା ଯୋଗାଣ ବିଭାଗର ଅଧିକାରୀ ଉପସ୍ଥିତ ରହି ମଣ୍ଡିରେ ଧାନ ସଂଗ୍ରହ ସମୟେର ଉପସ୍ଥିତ ଥିଲେ ।
ଧାନ କିଣାକୁ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, "ଆଜିଠାରୁ ଧାନ କିଣିବେ ସରକାର । ଆମେ ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବୁ ତାହା କାଯ୍ୟକାରୀ ହେଉଛି । ଯେଉଁମାନେ ଆଜି ଧାନ ବିକିବେ ସେମାନେ ୮ ତାରିଖ ଦିନ ୮୦୦ ଟଙ୍କା ତାଙ୍କ ଆକାଉଣ୍ଟକୁ ଯିବ । ପ୍ରଥମେ ପଶ୍ଚିମ ଓଡିଶାରେ କିଣାଯାଇଛି । ତାପରେ ରାଜ୍ଯରେ ସବୁ ଜାଗାରେ ଧାନ କିଣିବେ ସରକାର।"