ଭୁବନେଶ୍ୱର - ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ବରଗଡ ଗାଇସିଲଟ୍ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ବରଗଡ଼ ଗାଇସିଲଟ ବ୍ଲକର ଜୁନିଅର୍ ଇଞ୍ଜିନିୟର୍ ସୁସ୍ମିତା ଓରାମଙ୍କୁ ଓଡ଼ିଶା ଦୁର୍ନୀତି ନିବାରଣ ବିଭାଗ ଜଣେ ଠିକାଦାରଙ୍କ (ଅଭିଯୋଗକାରୀ) ଠାରୁ ଏମଜିଏନଆରଇଜିଏସ୍ ଅଧିନରେ ଥିବା ରାସ୍ତା ମରାମତି କାମ ପାଇଁ ମାପ ବ୍ୟବସ୍ଥା ଓ ବକେୟା ବିଲ୍ ପ୍ରଦାନ ପାଇଁ ୩୨,୦୦୦ ଟଙ୍କା ଲାଂଚ ଦାବି କରିଥିଲେ, ଏବଂ ଏହାର ଶେଷ କିସ୍ତି ଭାବେ ୮,୦୦୦ ଟଙ୍କା ଲାଂଚ ଗ୍ରହଣ କରୁଥିବାବେଳେ ଧରାପଡ଼ିଛନ୍ତି।

ଏହି କାମର ଅନୁମାନିତ ଖର୍ଚ୍ଚ 

style="color: rgb(51, 51, 51); font-family: Ubuntu; font-size: 14px; background-color: rgb(246, 246, 246);">ଥିଲା ୯,୫୦,୦୦୦ ଟଙ୍କା, ଯାହାର ୩.୧୫ ଲକ୍ଷ ଟଙ୍କାର ବିଲ୍ ପୂର୍ବରୁ ପ୍ରଦାନ ହୋଇଥିଲା। ପ୍ରଦାନ ହୋଇଥିବା ବିଲ୍
ରାଶିର ୧୦ ପ୍ରତିଶତ ହାରରେ ଲାଂଚ ଦାବି କରି ସେ ବକେୟା ବିଲ୍ ଅନୁମୋଦନ ପାଇଁ କହିଥିଲେ ।
ତେବେଅଭିଯୋଗକାରୀ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଏହା ପରେ, ଭିଜିଲାନ୍ସ ଅଧିକାରୀମାନେ ଏହି ଘଟଣାରେ ଆଜି ସୁସ୍ମିତା ଓରାମଙ୍କୁ ଅଭିଯୋଗକାରୀଙ୍କ ଠାର ଶେଷ ୮,୦୦୦ ଟଙ୍କା ଲାଂଚ ଗ୍ରହଣ କରୁଥିବା ସମୟରେ ଧରିଛନ୍ତି।
ତାଙ୍କ ନିକଟରୁ ଲାଂଚ ଟଙ୍କା ଜବତ କରାଯାଇଛି । ଏହାପରେ ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ଚଢାଉ କରିଛି ।

0 Comments