ବରଗଡ଼: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରାର ରବିବାର ତୃତୀୟ ଦିନ । ଆଜି ଧୁମଧାମରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିଛନ୍ତି ଗୋପପୁରବାସୀ । ଧନୁଯାତ୍ରାର ଦ୍ୱିତୀୟ ଦିନରେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ।
ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ । ଶ୍ରୀକୃଷ୍ଣଙ୍କ ଜନ୍ମ କାହାଣୀ ଆଧାରିତ ଲୋକନାଟ୍ୟକୁ ଦେଖିବା ପାଇଁ ସନ୍ଧ୍ୟାହେଲେ ଜମୁଛି ହଜାର ହଜାର ଦର୍ଶକଙ୍କ ଭିଡ । ଆଜି ତୃତୀୟ ଦିନରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ ଗୋପପୁରବାସୀ ଧୁମଧାମରେ ପାଳୁଛନ୍ତି । ଧନୁଯାତ୍ରାର ଦ୍ୱିତୀୟ ଦିନରେ ଭଗବାନ ଶ୍ରୀକୃଷ୍ଣ ମାତା ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ନେଇଥିଲେ ଏବଂ କଂସର ଭୟରେ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରିଥିଲେ ଏବଂ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ଧରି ମଥୁରା ଫେରିଥିଲେ । ଅନ୍ୟପଟେ ମହାରାଜ କଂସ ମଥୁରା ନଗର ଭ୍ରମଣରେ ବହାରି ନିୟମ ଖିଲାପିଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ମଥୁରାବାସୀଙ୍କ ମନୋରଞ୍ଜନ ପାଇଁ ମହାରାଜ କଂସ ରଙ୍ଗମହଲର ଉଦ୍ଘାଟନ କରିଛନ୍ତି ।
Fallback_fba9a0; font-size: 17px;">ମଥୁରା ନଗରୀରେ ଉଗ୍ରସେନଙ୍କୁ ସିଂହାସନରୁ ହଟାଇ ଯୁବରାଜ କଂସ ନିଜେ ମଥୁରାର ରାଜା ହେବାପରେ ଦ୍ୱିତୀୟ ଦିନରେ ସେ ମଥୁରା ନଗର ଭ୍ରମଣ କରିଥିଲେ ଏବଂ ନଗର ଭ୍ରମଣ ସମୟରେ ନିୟମ ଖିଲାପକାରୀ ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିଥିଲେ । ମଥୁରାବାସୀଙ୍କ ମନୋରଂଜନ ପାଇଁ ରଙ୍ଗମହଲର ଉଦଘାଟନ କରିଥିଲେ । ରଙ୍ଗମହଲରେ କଂସ ମହାରାଜଙ୍କ ମନୋରଞ୍ଜନ ପାଇଁ ବଲାଙ୍ଗୀର, ସମ୍ବଲପୁର, ଗଞ୍ଜାମ, ଫୁଲବାଣୀ, ପଦ୍ମପୁର ଏବଂ ସୁଦୂର କୋଲକାତାରୁ କଳାକାରମାନେ ଆସି ନୃତ୍ୟ ପ୍ରଦର୍ଶନ କରିଥିଲେ ।
ଏହି ରଙ୍ଗମହଲର ଦାୟିତ୍ୱ ମହାମନ୍ତ୍ରୀ ସାତ୍ୟକୀଙ୍କୁ ଦେଇ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାର କଳାକାରଙ୍କ ନୃତ୍ୟ ପରିବେଷଣ ପାଇଁ ଆଦେଶ ଦେଇଥିଲେ । ଏହାପରେ ମହାରାଜ କଂସ ରାଜଦରବାରକୁ ଫେରି ଆସିଥିବା ବେଳେ ମାତା ଇନ୍ଦୁମତୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ଦୁର୍ମିଳା ରାକ୍ଷସକୁ ହତ୍ୟା କରିଛନ୍ତି । ତେବେ ନିଜ ସୁରକ୍ଷା ପାଇଁ ଚାଣ୍ଡୁର ମୁଷ୍ଟିକକୁ ଆବାହନ କରିଛନ୍ତି ମହାରାଜ କଂସ । ଏମାନଙ୍କ ମନୋରଂଜନ ପାଇଁ ଆୟୋଜନ କରିଛନ୍ତି ନୃତ୍ୟଗୀତର କାର୍ଯ୍ୟକ୍ରମ ।
ଅନ୍ୟପଟେ ମହାରାଜ କଂସଙ୍କ ନିମନ୍ତ୍ରଣ ପାଇ ବିଶ୍ୱ ଦରବାରରେ ରାଜ ଅତିଥି ଭାବେ ପହଞ୍ଚିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ମହାରାଜ କଂସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାକୁ ଆଣିବାକୁ ନିର୍ଦେଶ ଦେଇଥିଲେ l
ଅନ୍ୟପକ୍ଷରେ ଦେବକୀଙ୍କ ଗୋଟିଏ ପରେ ଗୋଟିଏ ଶିଶୁୁପୁତ୍ରଙ୍କୁ କଂସ ହତ୍ୟା କରି ଚାଲିଥିବା ବେଳେ ସପ୍ତମ ସନ୍ତାନ ଆକସ୍ମିକ ଭାବେ ଅର୍ନ୍ତଧ୍ୟାନ ହୋଇଯାଇଛି । ଏହାପରେ କଂସର ଅତ୍ୟାଚାରରୁ ମଥୁରାବାସୀଙ୍କୁ ଉଦ୍ଧାର କରିବା ପାଇଁ ଏକ ଆଲୌକିକ ସମୟରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମନେଇଥିବା ବେଳେ କାରାଗାରର ସମସ୍ତ ଜଗୁଆଳୀ କାଳନିଦ୍ରାରେ ଶୋଇ ପଡ଼ିଛନ୍ତି । ଏହି ସମୟରେ ସ୍ୱୟଂ ବିଷ୍ଣୁ ବସୁଦେବଙ୍କୁ ସପ୍ନାଦେଶ ଦେଇଥିବା ବେଳେ ଦେବକୀଙ୍କ ଅଷ୍ଟମ ଗର୍ଭସନ୍ତାନଙ୍କୁ ଗୋପପୁରରେ ଛାଡ଼ିଦେବାକୁ ଆଦେଶ ଦେଇଛନ୍ତି ।
ଏହାପରେ ମଥୁରା କାରାଗାରର ସମସ୍ତ ଦ୍ୱାର ଆପେ ଆପେ ଖୋଲିଯାଇ ଥିବା ବେଳେ ଭଗବାନ ଶ୍ରୀକୃଷ୍ଣଙ୍କୁ ଧରି ବାସୁଦେବ ବାହାରି ପଡ଼ିଛନ୍ତି ଗୋପପୁରକୁ । ଠିକ୍ ଏତିକି ବେଳେ ମହାରାଜ କଂସଙ୍କ କଟୁଆଳ ସାଜିଥିବା ଉଗ୍ରସେନ ବସୁଦେବଙ୍କ ପଥ ଓଗାଳି ଥିବା ବେଳେ ଶ୍ରୀକୃଷ୍ଣଙ୍କ ଦେହରେ ଭଗବାନ ବିଷ୍ଣୁଙ୍କର ରୂପ ଦେଖି ଆତ୍ମବିଭୋର ହୋଇପଡ଼ିଛନ୍ତି ଏବଂ ବସୁଦେବଙ୍କ ପଥ ଛାଡ଼ିଦେଇଛନ୍ତି । ଏହାପରେ ବସୁଦେବ ଯମୁନା ପାରିହୋଇ ନନ୍ଦଭବନରେ ପହଂଚି ସେଠାରେ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଥୋଇ ଦେଇ ବଜୁଳି କନ୍ୟା ସହ ପ୍ରତ୍ୟାବର୍ତ୍ତନ କରିଥିଲେ ମଥୁରାକୁ ।