ଭୁବନେଶ୍ବର: ବେଆଇନ ଖଣି ଖନନ କରୁଥିବା ଖଣି ମାଲିକଙ୍କ ଅଡ଼ୁଆ ବଢ଼ିଲା । ମୟୂରଭଞ୍ଜ କାଶିଆବେଡା ବେଆଇନ ଖଣି ଖନନ ମାମଲାରେ ଖଣି ମାଲିକଙ୍କ ବେଆଇନ ସମ୍ପତ୍ତି ତାଲିକା ଦାଖଲ କଲା ଇଡି । ଭୁବନେଶ୍ବର PMLA କୋର୍ଟରେ ଦାଖଲ ପରେ ବିଚାର ପ୍ରକ୍ରିୟା ପାଇଁ ଗ୍ରହଣ କରିଛନ୍ତି କୋର୍ଟ । ଏହାପରେ ସିଦ୍ଧାର୍ଥ ସ୍ପଞ୍ଜ ଓ ଦାସ ଭାଇ ମିନେରାଲ ମାଲିକଙ୍କ ସହ ଅନ୍ୟ ଖଣି ମାଲିକଙ୍କ ପାଇଁ ବଢିଛି ଅଡୁଆ ।

ଇଡି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ପୂର୍ବରୁ କାଶିଆବେଡା ଖଣି ଦୁର୍ନୀତିର ଭିଜିଲାନ୍ସ ପକ୍ଷରୁ ହୋଇଥିବା କେସର ତଥ୍ୟ ଆଧାରରେ ବିଭିନ୍ନ ଖଣି ମାଲିକଙ୍କ ଘରେ ରେଡ କରି ଠାବ ହୋଇଥିଲା ବେଆଇନ ସମ୍ପତ୍ତି । ସେମାନଙ୍କଠାରୁ ମିଳିଥିବା ବେଆଇନ ଆର୍ଥିକ ସମ୍ପତ୍ତିର କାରବାର ଓ ତାଲିକା ପ୍ରସ୍ତୁତ କରି କୋର୍ଟରେ ଦାଖଲ କରିଛନ୍ତି ଇଡି ଅଧିକାରୀ । ଯାହାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି କୋର୍ଟ । କାରଣ ଏହି ଖଣି ମାଲିକଙ୍କ ମଧ୍ୟରେ ରହିଛି ଏମ୍‌ଏସ୍‌ ଦାସ ଭାଇ ମିନେରାଲସର ମାଲିକ ବସନ୍ତ କୁମାର ଦାସଙ୍କର ୧ କୋଟି ୫୨ ଲକ୍ଷ ଟଙ୍କାର ସମ୍ପତ୍ତି । ସେହିଭଳି ସିଦ୍ଧାର୍ଥ ସ୍ପଞ୍ଜ ପ୍ରାଇଭେଟ୍ ଲିମିଟେଡର ଆନନ୍ଦ ଅଗ୍ରୱାଲଙ୍କର ମଧ୍ୟ ବେଆଇନ ଆର୍ଥିକ ସମ୍ପତ୍ତିର ହିସାବ ନିକାଶ କୋର୍ଟରେ ଦାଖଲ କରାଯାଇଛି । ଯାହାଫଳରେ ବେଆଇନ ଖଣି ଖନନ କରିଥିବା ଖଣି ମାଲିକଙ୍କ ପାଇଁ ଅଡୁଆ ବଢିଛି ।

: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; margin: 0px 0px 20px; float: left; clear: both; font-size: 17px; line-height: 24px; width: 360px; font-family: __Noto_Sans_4cce57, __Noto_Sans_Fallback_4cce57;">କାଶିଆବେଡାରେ ଥିବା ଲୁହାପଥର ଖଣିରେ କ୍ଷମତାଠାରୁ ଅଧିକ ଖଣି ଖନନ ହୋଇଥିବା ଅଭିଯୋଗ ହୋଇଥିଲା । ଖଣି ଖନନ ପାଇଁ ମିଳିଥିବା ଅନୁମତି ଅଞ୍ଚଳ ଠାରେ ଲୁହାପଥର ଖଣିଜ ପଦାର୍ଥକୁ ଅତ୍ୟଧିକ ଖନନ କରି କୋଟି କୋଟି ଟଙ୍କା ଆୟ ସହ ରାଜସ୍ବ କ୍ଷତି କରାଇଥିଲେ ଅନେକ ଖଣି କମ୍ପାନୀ । ଏନେଇ ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ଏହି ଘଟଣାର ତନାଘନା କରାଯାଇଥିଲା । ଏନେଇ ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ କେସ କରାଯାଇ ତଦନ୍ତ ଚାଲିଥିଲା । ସେହି ଦୁର୍ନୀତି ଘଟଣାକୁ ଆଧାର କରି ଇଡି ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତନାଘନା କରାଯାଇଥିଲା । ଏପରିକି ପ୍ରିଭେନସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟରେ କେସ ରୁଜୁ ହୋଇ ଘଟଣାର ତଦନ୍ତ ପୂର୍ବରୁ ଚାଲୁ ରଖିଥିଲା ଇଡି‌ । ୨୦୨୩ରେ ଏନେଇ ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା 

ଏ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଚଢାଉ କରି ଅନେକ ସ୍ଥାନରେ ଅସ୍ଥାବର ସମ୍ପତ୍ତିର ହିସାବ ନିକାସ କରିଥିଲା ଇଡି । ପରେ ଏନେଇ 21 କୋଟି ଟଙ୍କାର ସରକାରୀ ଆର୍ଥିକ କ୍ଷତି କରାଇ ବୈଦେଶିକ କାରବାର କରିଥିବା ସିଦ୍ଧାର୍ଥ ସ୍ପଞ୍ଜର କାରନାମା ଜାଣିବାକୁ ପାଇଥିଲା ଇଡି । ଏପରିକି 35 କୋଟି ଟଙ୍କା ବେଆଇନ ଭାବେ କେଉଁଆଡ଼େ ନିବେଶ କରିଥିବା ମଧ୍ୟ ସୁରାକ ମିଳିଥିଲା । ଏନେଇ କମ୍ପାନୀର କର୍ତ୍ତୃପକ୍ଷଙ୍କ ସହ ଆନନ୍ଦ ଅଗ୍ରୱାଲଙ୍କୁ ମଧ୍ୟ ଅନେକ ଥର ଏ ସମ୍ପର୍କରେ ତଥ୍ୟ ରଖିବାକୁ ନୋଟିସ ଜାରି କରାଯାଇଥିଲା । ହେଲେ ନୋଟିସକୁ ବାରମ୍ବାର ପ୍ରତ୍ୟାଖାନ କରିଚାଲିଥିଲେ ସେ । ଶେଷରେ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

 

0 Comments