ଜୟପୁର: ଅଶୁଭ ସୋମବାର ! ତେଲେଙ୍ଗାନା ଛାତିଥରା ଦୁର୍ଘଟଣାକୁ କିଛି ଘଣ୍ଟା ନପୂରୁଣୁ ରାଜସ୍ଥାନରେ ସିରିଜ ଦୁର୍ଘଟଣା ଘଟିଛି । ନିୟନ୍ତ୍ରଣ ହରାଇ 10ରୁ ଅଧିକ ଗାଡିକୁ ଧକ୍କା ଦେଲା ଡମ୍ପର । ଫଳରେ ବର୍ତ୍ତମାନ

ୁଦ୍ଧା 14 ଜଣଙ୍କ ମୃତ୍ୟୁ ଘଟିଛି ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି । ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି ।

ରାଜସ୍ଥାନ ସ୍ବାସ୍ଥ୍ୟମନ୍ତ୍ରୀ ଗଜେନ୍ଦ୍ର ସିଂହ କହିଛନ୍ତି, ‘ଏହି ଦୁଃଖଦ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା 14 ଲୋକଙ୍କ ମୃତ୍ୟୁ ଘଟିଛି । ଆଜି ଦିନ ପ୍ରାୟ 1ଟା ସମୟରେ BKY ଅଞ୍ଚଳର ଲୋହାମଣ୍ଡି ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ଏକ ଟ୍ରକ ଚାଳକ ଗାଡି ନିୟନ୍ତ୍ରଣ ହରାଇ ପ୍ରାୟ 10 ଗାଡିକୁ ଧକ୍କା ଦେଇଥିଲା । ଯେଉଁଥିରେ କାର, ବାଇକ, ଅନ୍ୟ ଦୁଇ ଚକିଆ ଯାନ ବି ରହିଥିଲା । ଗୋଟିଏ ପରେ ଗୋଟିଏ ଗାଡିକୁ ଧକ୍କା ଦେବା ପରେ ଶେଷରେ 14 ନମ୍ବର ପୋଲ ନିକଟରେ ଏକ ଗାଡି ଧକ୍କା ଦେବା ପରେ ଅଟକି ଥିଲା ।

ତେବେ ଏହି ଦୁର୍ଘଟଣାର ଛାତିଥରା ଭିଡିଓ ସାମ୍ନାକୁ ଆସିଛି । କିଭଳି ଡମ୍ପର ନିୟନ୍ତ୍ରଣ ହରାଇ ଗୋଟିଏ ପରେ ଗୋଟିଏ ଗାଡିକୁ ଧକ୍କା ଦେଇଥିଲା ତାର ସିସିଟିଭିରେ କଏଦ ହୋଇଛି । ତେବେ ପ୍ରତ୍ୟେକ୍ଷଦର୍ଶୀ ରାଜେଶ କହିଛନ୍ତି, ‘ରାସ୍ତାରେ ଟ୍ରାଫିକ ସାମାନ୍ୟ ଥିଲା । ହେଲେ ଅଚାନକ ଡମ୍ପର ଆସି ସବୁକିଛି ଶେଷ କରିଦେଲା । ତେବେ ଏଥିପାଇଁ କିଛି ଲୋକେ ଚାଳକକୁ ଦାୟୀ କରିଛନ୍ତି । ପୋଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହି ସିରିଜ ଦୁର୍ଘଟଣାରେ 14 ଜଣଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ମୃତକଙ୍କ ପରିବାରକୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିବା ସହ ଆହତଙ୍କ ପାଇଁ 50 ହଜାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

0 Comments