ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ‘ଉତ୍ତମ ପ୍ରଶାସନିକ ଅଭ୍ୟାସ’ ଉପରେ ଦୁଇ ଦିନିଆ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି । କେନ୍ଦ୍ର ବିଜ୍ଞାନ ଓ କାରିଗରୀ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ମିଳିତ ଭାବେ ଉଦଘାଟନ କରିଛନ୍ତି । ଓଡ଼ିଶା ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଏହି ସମ୍ମିଳନୀ ଆଜି ଏବଂ ଆସନ୍ତକାଲି ଚାଲିବ । ସାଧାରଣ ପ୍ରଶାସନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଉତ୍କର୍ଷତା ପୁରସ୍କାର ଦ୍ୱାରା ପୁରଷ୍କୃତ ହୋଇଥିବା ଅନୁକରଣୀୟ ପ୍ରଶାସନିକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରାଯାଇଛି । ‘ଉତ୍ତମ ପ୍ରଶାସନିକ ଅଭ୍ୟାସ’ ବିଷୟବସ୍ତୁକୁ ନେ

ଏହି ସମ୍ମିଳନୀ ଆୟୋଜନ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଶାସନିକ ସଂସ୍କାରରେ ହୋଇଥିବା ଉଲ୍ଲେଖନୀୟ ପ୍ରଗତି ହୋଇଛି । ସ୍ୱାଧୀନତା ପରଠାରୁ ଅନୁଷ୍ଠିତ ୪୧ଟି ସୁଶାସନ ସମ୍ମିଳନୀ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ୨୯ଟି ପ୍ରଭାବଶାଳୀ ସମ୍ମିଳନୀ ଆୟୋଜନ କରାଯାଇଛି । ଏହା ବର୍ତ୍ତମାନର ଯୁଗରେ ପ୍ରଶାସନିକ ସଂସ୍କାରର ବ୍ୟାପକତା, ଗତି ଏବଂ ଧାରାକୁ ପ୍ରତିଫଳିତ କରିଥାଏ 

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ଲୋକକୈନ୍ଦ୍ରିକ, ପ୍ରଯୁକ୍ତିବିଦ୍ୟା ପରିଚାଳିତ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଶାସନ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଢ଼ ଭାବେ ରହିଛି । ସୁଶାସନ କିଛି ଲୋକଙ୍କର ବିଶେଷାଧିକାର ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ହକ୍‌ ଏବଂ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କ ଗମ୍ଭୀର କର୍ତ୍ତବ୍ୟ । ରାଜ୍ୟ ବିପର୍ଯ୍ୟୟ ପ୍ରଶମନରୁ ଆରମ୍ଭ କରି ସମାବେଶୀ ଅଭିବୃଦ୍ଧି, ନାଗରିକ ସେବା ଓ ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଏହା ଦ୍ୱାରା ଶାସନ ଏବଂ ଶାସିତଙ୍କ ମଧ୍ୟରେ ସମ୍ପର୍କକୁ ପୁନଃପରିଭାଷିତ କରାଯାଇଛି ।"

ଉଦଘାଟନୀ ଅଧିବେଶନରେ ଦେଶବ୍ୟାପୀ ୪୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଏବଂ ପୁରସ୍କାରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସାମିଲ । ଜିଲ୍ଲାପାଳ ଏବଂ ସଚିବଙ୍କ ସମେତ ୨୦ରୁ ଅଧିକ ବିଶିଷ୍ଟ ବକ୍ତା ପରିବର୍ତ୍ତନକାରୀ ମାମଲା ଅଧ୍ୟୟନ ଉପସ୍ଥାପନ କରୁଛନ୍ତି । ସେମାନେ ପ୍ରମୁଖ ସରକାରୀ ଯୋଜନା ଅଧୀନରେ କାର୍ଯ୍ୟକାରୀ ହୋଇଥିବା ସର୍ବୋତ୍ତମ ଅଭ୍ୟାସଗୁଡ଼ିକ ମଧ୍ୟ ଉପସ୍ଥାପନ କରୁଛନ୍ତି । ଜାତୀୟ ଏବଂ ରାଜ୍ୟ ସ୍ତରର ସାଧାରଣ ପ୍ରଶାସନ ନେତାମାନଙ୍କୁ ଗୋଟିଏ ସମନ୍ୱିତ ମଞ୍ଚରେ ଏକତ୍ର କରି ସହଯୋଗୀ ଶିକ୍ଷା ଓ ସଂସ୍ଥାଗତ ନବସୃଜନର ଭାବନାକୁ ପ୍ରୋତ୍ସାହିତ କରିବା ଏହି ସମ୍ମିଳନୀର ଲକ୍ଷ୍ୟ । ସାଧାରଣ ସେବା ପ୍ରଦାନ, ଡିଜିଟାଲ ପ୍ରଶାସନ, ନାଗରିକ ସମ୍ପୃକ୍ତି ଏବଂ ସମାବେଶୀ ବିକାଶରେ ବ୍ୟାପକ ଏବଂ ଅନୁକରଣଯୋଗ୍ୟ ମଡେଲଗୁଡ଼ିକୁ ପ୍ରଦର୍ଶନ କରିବ ।

0 Comments