ସମ୍ବଲପୁର: ଗଙ୍ଗାଧର ମେହେର (ଜିଏମ) ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ପରେ ଧୋକା ଦେବା ଅଭିଯୋଗରେ ଅଧ୍ୟାପକ ଗିରଫ l ଅଧ୍ୟପକଙ୍କୁ ସମ୍ବଲପୁର ମହିଳା ଥାନା ପୋଲିସ ଗିରଫ କରିଛି l ଏନେଇ ସମ୍ବଲପୁର ଅତିରିକ୍ତ ଏସପି ଶଶାଙ୍କ ଶେଖର ବେଉରା ସୂଚନା ଦେଇଛନ୍ତି l

a9a0; font-size: 17px;">ଗିରଫ ଅଭିଯୁକ୍ତ ଜଣକ ହେଲେ ସମ୍ବଲପୁର ଜିଏମ ବିଶ୍ୱ ବିଦ୍ୟାଳୟର ଏଜୁକେସନ ଡିପାର୍ଟମେଣ୍ଟର ଆସିଷ୍ଟାଣ୍ଟ ପ୍ରଫେସର ଗୋପିକାନ୍ତ ସୁନା (32) l ତାଙ୍କ ଘର ବରଗଡ଼ ଜିଲ୍ଲା ବୁଡେନ ଥାନା ଅଞ୍ଚଳରେ l ପୋଲିସ ସୂଚନା ମୁତାବକ ଗତକାଲି 16 ତାରିଖ ଅପରାହ୍ନ 2 ଟା 36ରେ ଜିଏମ ବିଶ୍ୱ ବିଦ୍ୟାଳୟର BA BEdର ଦ୍ଵିତୀୟ ବର୍ଷର ଜଣେ ଛାତ୍ରୀ ଏନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଆଜି ଅଧ୍ୟାପକଙ୍କୁ ଗିରଫ କରିଛି l ପୀଡିତା ଛାତ୍ରୀଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ଅଧ୍ୟାପକ ଜଣକ ବିବାହ ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଓ ପରେ ବିବାହ ପାଇଁ ମନା କରିଥିଲେ l

ଏ ସମ୍ପର୍କରେ ଜିଏମ ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ ଭିସି ସୁଶାନ୍ତ କୁମାର ଦାସ ସୂଚନା ଦେଇ କହିଛନ୍ତି, "ଏ ସମ୍ପର୍କରେ ତାଙ୍କୁ କିଛି ଜଣା ନଥିଲା କି ଏନେଇ ଛାତ୍ରୀ ଜଣକ ବିଶ୍ୱ ବିଦ୍ୟାଳୟର ଇଣ୍ଟରନାଲ କମ୍ପ୍ଲେନ କମିଟିରେ କୌଣସି ଅଭିଯୋଗ କରିନଥିଲେ । ସେ ସିଧା ସଳଖ ଥାନାରେ ଅଭିଯୋଗ କରିଛନ୍ତି l ତେବେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ମହିଳା ଥାନା ପକ୍ଷରୁ ଆମକୁ ସୂଚନା ଦିଆ ଯାଇଥିଲା ଯେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୁଦ୍ଧରେ ଏକ ଅଭିଯୋଗ ହୋଇଥିଲା ଓ ତଦନ୍ତରେ ତାହା ପ୍ରମାଣିତ ହୋଇଛି । ତେଣୁ ଆମେ ତାଙ୍କୁ ଗିରଫ କରୁଛୁ l ଏହା ଜାଣିବା ପରେ ଆମେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣେଇଥିଲୁ l ତେବେ କେଉଁ ଅଭିଯୋଗରେ ଅଧ୍ୟପକଙ୍କୁ ଗିରଫ କରାଯାଇଛି ତାହା ଆମକୁ ଜଣା ଯାଇନଥିଲା l"

ଏହା ପରେ ଆଇନ ମୁତାବକ ତାଙ୍କୁ ନିଲମ୍ବନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ଓ କିଛି ସମୟ ମଧ୍ୟରେ ସେ ନିଲମ୍ବିତ ହୋଇଯିବେ ବୋଲି କହିଛନ୍ତି କୂଳପତି l ଅନ୍ୟପଟେ ପୂର୍ବରୁ ସମ୍ପୃକ୍ତ ଅଧ୍ୟାପକ ଙ୍କ ଚରିତ୍ର ରେ ସେମିତି କୌଣସି ଅଭିଯୋଗ ହୋଇନଥିଲା ବୋଲି ମଧ୍ୟ ସେ ସ୍ପଷ୍ଟ କରିଛନ୍ତି l ଏହା ସହ ସେ କହିଛନ୍ତି ଯେ 2020ରୁ ସମ୍ପୃକ୍ତ ଅଧ୍ୟାପକ ଏଠାରେ କାର୍ଯ୍ୟରତ ଅଛନ୍ତି l


0 Comments