ଭୁବନେଶ୍ବର: ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ବଢିବନି ବିଜୁଳି ଦର । ଅପରିବର୍ତ୍ତିତ ରହିଲା ଦର । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ଉପଭୋକ୍ତାଙ୍କ ପାଇଁ କୌଣସି ଦର ବୃଦ୍ଧି ହୋଇନାହିଁ । ଯେଉଁ ଉପଭୋକ୍ତା ମାନେ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ଓ ଦୁଇ କିଲୋ ୱାଟର ବିଦ୍ୟୁତ ଶକ୍ତି ବ୍ୟବହାର କରୁଛନ୍ତି ସେମାନଙ୍କ ପାଇଁ ମିଟର ଦର ଛାଡ କରାଯାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ।
ଏନେଇ ସାମ୍ବାଦିକ ସମ୍ମିଳନୀରେ
set-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 20px;">ଓଡିଶା ବିଦ୍ୟୁତ ନିୟାମକ ଆୟୋଗ(OERC)ର ଉପାଧ୍ୟକ୍ଷ ପ୍ରିୟବ୍ରତ ପଟ୍ଟନାୟକ
କହିଛନ୍ତି, ‘ବିଦ୍ୟୁତ ଦର ବୃଦ୍ଧି ନେଇ ଶୁଣାଣିର ରାୟ ପ୍ରକାଶ ପାଇଛି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ସାଧାରଣ ଉପଭୋକ୍ତାଙ୍କ ପାଇଁ କୌଣସି ଦର ବୃଦ୍ଧି ହୋଇନାହିଁ । ଯେଉଁ ଉପଭୋକ୍ତା ମାନେ ସ୍ମାର୍ଟ ମିଟର ବ୍ୟବହାର କରୁଛନ୍ତି ଓ ଦୁଇ କିଲୋ ୱାଟର ବିଦ୍ୟୁତ ଶକ୍ତି ବ୍ୟବହାର କରୁଛନ୍ତି ସେମାନଙ୍କୁ ମିଟର ଦର ଛାଡ କରାଯାଇଛି ।’
ପ୍ରତ୍ୟେକ ମାସ ବିଦ୍ୟୁତ ବିଲରେ ଉପଭୋକ୍ତାମାନେ ସ୍ମାର୍ଟ ମିଟର ଭଡ଼ା ବାବଦକୁ ୬୦ ତାଙ୍କ ଲେଖାଁଏ ଦେଉଥିଲେ । ଏବେ ସେହି ଖର୍ଚ୍ଚ ସରକାର ବହନ କରିବେ । ଏନେଇ ସରକାର ୭୦୦ ରୁ ୮୦୦ କୋଟି ଟଙ୍କାର ଆର୍ଥିକ ଭୋଝ ସହିବେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।
ଯେଉଁ ମାନେ ଇ-ବିଲ ଦେଉଛନ୍ତି ସେମାନଙ୍କୁ ବିଲ ପିଛା ୧୦ ଟଙ୍କା ଛାଡ କରାଯାଇଛି । ଅଗ୍ରୀମ ବିଲ ପ୍ରଦାନ କରିଥିବା ଉପଭୋକ୍ତା ଓ ଅନଲାଇନରେ ବିଲ ପ୍ରଦାନ କରୁଥିବା ଉପଭୋକ୍ତାଙ୍କୁ ୪ ପ୍ରତିଶତ ଲେଖାଁଏ ବିଲରୁ ଛାଡ କରାଯାଇଛି ।
୧୦ କିଲୋ ୱାଟରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ "ସୋଲାର ଆୱାର" (ସକାଳ ୮ ରୁ ଅପରାହ୍ନ ୪) ଭିତରେ ବ୍ୟବହାର କରିଥିବା ବିଦ୍ୟୁତ ବିଲ ଉପରେ ୟୁନିଟ ପିଛା ୨୦ ପଇସା ରିହାତି ମିଳିବ । ସେହିଭଳି "ପିକ ଆୱାର" ( ସାନ୍ଧ୍ୟ ୬ ରୁ ରାତି ୧୨ )ରେ ବ୍ୟବହାର କରିଥିବା ଉପଭୋକ୍ତାଙ୍କୁ ୟୁନିଟ ପିଛା ୩୦ ପଇସା ଅଧିକ ପଡ଼ିବ ।
ଶିଳ୍ପ ସଂସ୍ଥା ମାନଙ୍କୁ ୮୦ ପ୍ରତିଶତ ଅତିରିକ୍ତ ବ୍ୟବହାର କଲେ ୨୦ ପ୍ରତିଶତ ରିହାତି ଦିଆଯିବ । ଏଥିରେ ଶିଳ୍ପ ସଂସ୍ଥା ମାନେ ପ୍ରୋତ୍ସାହିତ ହେବେ ବୋଲି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ ଆଶା ବ୍ୟକ୍ତ କରିଛନ୍ତି । DISCOM ମାନଙ୍କର ସରବରାହ ଜନିତ କ୍ଷତି କମିଥିବାରୁ ଓ ଗ୍ରୀଡକୋ ପାଖରେ ଅତିରିକ୍ତ ସରଫ୍ଲସ ପାୱାର ଥିବାରୁ ଏଥର ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଥିବା ନେଇ କହିଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ।