ଭୁବନେଶ୍ବର: ୨୦୨୬ -୨୭ ଶିକ୍ଷା ବର୍ଷରେ ଲାଗୁ ହେବ ନୂଆ ସିଲାବସ୍ । NEP 2020 ଲାଗୁ ହେବା ପରେ ସିଲାବସ ପରିବର୍ତ୍ତନ ପାଇଁ କମିଟି ଗଠନ କରିଛି ବିଦ୍ୟାଳୟ ଏବଂ ଗଣ ଶିକ୍ଷା ବିଭାଗ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ ପରିବର୍ତ୍ତନ ହୋଇ ନୂଆ ସିଲାବସ ଆସିବ । ରାଜ୍ୟର ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ନୂତନ ସିଲାବସ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ରାଜ୍ୟରେ ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ହେବ ନୂଆ ପାଠ୍ୟକ୍ରମ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୨୦୨୬- ୨୭ ଶିକ୍ଷା ବର୍ଷରେ ରାଜ୍ୟରେ ଲାଗୁ ହେବ ନୂଆ ସିଲାବସ । ଜାତୀୟ ଶିକ୍ଷା ନୀତି (NEP) ଅନୁସାରେ ନୂତନ ପାଠ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ ହେଉଛି । ନୂଆ ସିଲାବସ୍ରେ ଭାଷା, ସଂସ୍କୃତି, ଐତିହ୍ୟକୁ ଅଧିକ ଗୁରୁତ୍ବ ଦିଆଯିବ । କମିଟି ତର୍ଜମା କରୁଛି । ରାଜ୍ୟ ପାଇଁ ଯାହା ଠିକ ହେବ ତାକୁ ସିଲାବସରେ ସ୍ଥାନ ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ।
t-size: 20px;">ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, "ଓଡ଼ିଶାରେ NEP-2020 ଲାଗୁ ହେବା ପରେ ନୂଆ ସିଲାବସ୍ ଆଣିବା ପାଇଁ ଆମର SCF କମିଟି ଗଠନ ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସରେ ପରିବର୍ତ୍ତନ ହେବ । ଏହା ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷରୁ ଓଡ଼ିଶାରେ ଲାଗୁ ହେବ । ଏଥିପାଇଁ ଆମର ପ୍ରସ୍ତୁତି ଚାଲିଛି ।"
ରାଜ୍ୟର ସ୍କୁଲରେ ପିଲାଙ୍କ ନାମଲେଖାକୁ ନେଇ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ନାମଲେଖା ପାଇଁ ମାର୍ଚ୍ଚ ୩୧ ନୁହେଁ ସେପ୍ଟେମ୍ବର ପହିଲା ସୁଦ୍ଧା ଛାତ୍ରଛାତ୍ରୀଙ୍କ ବୟସ ୬ ବର୍ଷ ହେବା ଜରୁରୀ । କେନ୍ଦ୍ରର ନିୟମ ଅନୁସାରେ ୩୧ ମାର୍ଚ୍ଚ ସୁଦ୍ଧା ପିଲାଙ୍କୁ ୬ ବର୍ଷ ହେଲେ ଆଡମିଶନ୍ ନେଇପାରିବେ । କିନ୍ତୁ ଓଡ଼ିଶାରେ ଏହି ନିୟମକୁ କୋହଳ କରାଯାଇଛି । ୩୧ ମାର୍ଚ୍ଚ ନୁହେଁ ୧ ସେପ୍ଟମ୍ବର ସୁଦ୍ଧା ୬ ବର୍ଷ ହେଲେ ସ୍କୁଲରେ ନାମଲେଖାଇ ପାରିବେ । ଯେପରି କେହି ବି ପିଲା ବାଦ୍ ପଡ଼ିବେ ନାହିଁ ସେନେଇ ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ୬ ବର୍ଷରେ ପିଲାଙ୍କ ଆଡମିଶନ୍କୁ ନେଇ ଦ୍ବନ୍ଦ୍ବ ଓ ଆଶଙ୍କା ଦେଖା ଦେଇଥିଲା ।