କେନ୍ଦୁଝର - ଓଡ଼ିଆ ପକ୍ଷ ପାଳନର ଦଶମ ଦିବସ ଉପଲକ୍ଷେ  ଆଜି କେନ୍ଦୁଝର ଜିଲ୍ଲାରେ "ଲୋକକଳା ପାଇଁ ଦିନଟିଏ" ଉତ୍ସବ ମହା ଆଡମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବ୍ଲକରେ ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଭଵନଠାରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଶାର ସମୃଦ୍ଧ ଲୋକକଳା ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷଣ ଏବଂ ପ୍ରଚାର କରିବା ସହିତ ଆଗାମୀ ପିଢ଼ିଙ୍କୁ ଏହା ସହିତ ଯୋଡ଼ିବାର ଲକ୍ଷ୍ୟ ନେଇ ଆୟୋଜିତ ହୋଇଥିଲା। 

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ କହିଥିଲେ କି ଆମ ଲୋକକଳା ହେଉଛି ଆମର ପରିଚୟ ଓ ଗର୍ବର ପ୍ରତୀକ। ଏହାକୁ ଜୀବନ୍ତ ରଖିବା ପାଇଁ ଆମେ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ।

ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସଂସ୍କୃତି ଅଧିକାରୀ ରମେଶ ନାୟକ, ଜିଲ୍ଲାସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ରାୟ, ସହକାରୀ ଜିଲ୍ଲାପାଳ ସରୋଜ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ I ସେହିପରି ଜିଲ୍ଲାର ସମସ୍ତ ବ୍ଲକରେ ବରିଷ୍ଠ ଲୋକକଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଉତ୍ସବରେ ବିଶିଷ୍ଟ ଲୋକକଳାକାର ଙ୍କୁ ସମ୍ମାନିତ କରାଯାଇ ସେମାନଙ୍କ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ଏହା ସହିତ ପ୍ରମୁଖ ଲୋକକଳା ଯଥା ନୃତ୍ୟ, ସଙ୍ଗୀତ ଓ ପାରମ୍ପରିକ କଳାର ଆକର୍ଷଣୀୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୁବ ପିଢ଼ିଙ୍କୁ ଲୋକକଳା ପ୍ରତି ଆଗ୍ରହୀ କରାଇବା ଏବଂ ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା। ବରିଷ୍ଠ ରାଜସ୍ୱ ସହାୟକ ପୀତବାସ ମହାନ୍ତ ମଂଚ ପରିଚାଳନା କରିଥିଲେ 

0 Comments