ସଜେଇ ହେଉଛି ଅଯୋଧ୍ୟା, ଆସୁଛନ୍ତି ରାମଲାଲା । ଆଉ ଦିନ କେଇଟାରେ ଅଯୋଧ୍ୟାରେ ରଚାଯିବ ଇତିହାସ । ରାମଲାଲାଙ୍କୁ ସ୍ୱାଗତ କରିବାକୁ ଯିଏ ଯେମିତି ପାରିଲା ପ୍ରସ୍ତୁତି କରୁଛନ୍ତି । ଏହି ପ୍ରସ୍ତୁତି ଭିରତେ ଲାଗିଲା, ରାମମନ୍ଦିର ଗର୍ଭଗୃହରେ ପ୍ରଥମ ସ୍ବର୍ଣ୍ଣ କବାଟ । 

ଏହିଭଳି ଆଉ ୧୩ଟି ସୁନାର କବା

ଟ ଲାଗିବାକୁ ଥିବା ବେଳେ ୩ ଦିନ ମଧ୍ୟରେ କାର୍ଯ୍ୟ ଶେଷ କରାଯିବ ବୋଲି ଜଣାପଡ଼ିଛି । ସୋମବାର ସ୍ବର୍ଣ୍ଣ ଖଚିତ କବାଟଗୁଡ଼ିକ ପହଞ୍ଚିଥିଲା । ପରେ ସବୁଗୁଡ଼ିକୁ ସିସିଟିଭି କ୍ୟାମେରା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ପ୍ରତିଷ୍ଠା ଉତ୍ସବ ପୂର୍ବରୁ ସବୁଗୁଡ଼ିକୁ ଲଗାଯିବାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

0 Comments