e: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">
ଆଗକୁ ବଢୁଛି ମଣିଷ । ଆଧୁନିକତାର ଦ୍ବାହି ଦେଇ ଆଗକୁ ବଢୁଥିଲେ ବି ଏବେବି ବଞ୍ଚିଛି ଅନ୍ଧବିଶ୍ବାସ । ଯେମିତି ଏସବୁ ଛାଡିପାରୁନି ମଣିଷ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାର ଜୟପୁର ବ୍ଲକ ରଣ୍ଡାପାଲି ପଞ୍ଚାୟତ ପତ୍ରଗୁଡା ଗାଁରେ । କାଉ ମିଳନ ଦେଖିବାରୁ 2 ଯୁବକଙ୍କ କରାଗଲା ପ୍ରତିକାତ୍ମକ ମୃତଦେହ ସଂସ୍କାର । ଗାଁ ଭାଇ ମୃତଦେହ କାନ୍ଧେଇ ନେଲେ ସତ୍କାର ବି କଲେ । ଆଉ ମଣିଷ ବଞ୍ଚିଥାଉ ଥାଉ ପିଣ୍ଡଦାନ କରାଗଲା । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ରଣ୍ଡାପାଲି ପଞ୍ଚାୟତ ପତ୍ରଗୁଡା ଗାଁର ଦୁଇ ଯୁବକ ଗୁପ୍ତେଶ୍ବର ପୀଠକୁ ବୋଲବମ ଯାତ୍ରାରେ ଯାଇଥିଲେ । ଫେରିବା ବେଳେ ବାଟରେ କାଉ ମିଳନ ଦେଖିଥିଲେ । ଏହି ଘଟଣା ଗାଁରେ ଆସି କହିଥିଲେ । ଏହାପରେ ଗାଁଲୋକେ ଏକତ୍ରିତ ହୋଇ ବୈଠକ କଲେ । ବୈଠକ ନିଷ୍ପତ୍ତି ଅନୁସାରେ, ସେମାନଙ୍କୁ ଘର ଭିତରକୁ ଯିବାକୁ ବାରଣ କରାଗଲା । ଗାଁରେ ଏକ ନିଛାଟିଆ ସ୍ଥାନରେ ଲୁଚି ରହିବାକୁ କୁହାଗଲା । ଏହା ପରେ ଗାଁଲୋକେ ତାଙ୍କ ବନ୍ଧୁ ବାନ୍ଧବଙ୍କୁ ଉଭୟଙ୍କ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ମିଛ ଖବର ପ୍ରସାରଣ କରାଗଲା ।
ଏହି ଖବର ପାଇ ଧାଇଁ ଆସିଥିଲେ ବନ୍ଧୁବାନ୍ଧବ । କାନ୍ଦବୋବାଳିରେ ଫାଟି ପଡିଥିଲା ପରିବେଶ । ଏହାପରେ ଦୁଇ ଯୁବକଙ୍କ କୁଶପୁତ୍ତଳିକାକୁ କୋକେଇରେ ନେଇ ଆଦିବାସୀ ପରମ୍ପରା ସେମାନଙ୍କ ଅନ୍ତିମ ସଂସ୍କାର କରାଗଲା । ପରିବାରଲୋକେ ପିତା ଖାଇଲେ, ଗାଁରେ ଚାନ୍ଦା କରି ଭୋଜିଭାତ କଲେ । ଏହା ପରେ 2 ଯୁବକଙ୍କୁ ଘରକୁ ଯିବାକୁ ଅନୁମତି ମିଳିଥିଲା ।
ତେବେ କାଉଙ୍କ ମିଳନ ଦେଖିଲେ ଗାଁକୁ ବିପଦ ଆସିବ ବୋଲି ଆଦିବାସୀ ପରମ୍ପରାରେ ଲୋକ ବିଶ୍ବାସ ରହିଛି । ଏପରିକି ଗାଁରେ କାହାର ମୃତ୍ୟୁ ହୋଇପାରେ ବୋଲି ପୁରାତନ କାଳରୁ ଲୋକବିଶ୍ବାସ ରହିଛି ବୋଲି ଗାଁଲୋକେ କହିଛନ୍ତି ।